ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଶୁକ୍ରବାର କରନ୍ତୁ ଏହି ବିଶେଷ ଉପାୟ, ଜାଣନ୍ତୁ କଣ
ଆଜି ହେଉଛି ଶୁକ୍ରବାର । ଆଜିର ଦିନ ମା’ ଲକ୍ଷ୍ମୀଙ୍କୁ ସମର୍ପିତ । ମାନ୍ୟତା ରହିଛି କି ମା ଲକ୍ଷ୍ମୀଙ୍କ ଜନ୍ମ ସମୁଦ୍ରରୁ ହୋଇଥିଲା ଏବଂ ତାଙ୍କ ପୂଜାରେ ଧନ ଓ ବୈଭବ ପ୍ରାପ୍ତି ହୋଇଥାଏ । କୁହାଯାଏ କି ଯଦି କୌଣସି ଘରେ ଲକ୍ଷ୍ମୀ ଅସନ୍ତୋଷ ହୋଇଥାନ୍ତି ସେଠି ସମସ୍ୟା ଉପୁଜିଥାଏ । ଅନ୍ୟପଟେ ଜ୍ୟୋତିଷଶାସ୍ତ୍ରରେ ଲକ୍ଷ୍ମୀଙ୍କ ସମ୍ବନ୍ଧ ଶୁକ୍ର ଗ୍ରହ ସହ କରାଯାଇଛି । ସେଥିପାଇଁ ଶୁକ୍ରବାର କିଛି ଉପାୟ କରି ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ ।
ଯଦି ଆପଣଙ୍କୁ ଆର୍ଥିକ ସମସ୍ୟା ଅଛି ତେବେ ଆପଣ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କର ଆରାଧନା କରି ପାରିବେ ଏବଂ ଏହି ଦିନ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ମଧ୍ୟ କରି ପାରିବେ ।
କୁହାଯାଇଛି ଯେ ଗାଈ ଆମ ମା’ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଗାଈ ଶରୀରେ ସବୁ ଦେବୀ ଦେବତାଙ୍କ ବାସ ହୋଇଥାଏ । ସେଥିପାଇଁ ବିଶେଷ କରି ଶୁକ୍ରବାର ଦିନ ଯଦି ଆପଣ ରୋଷେଇ ହୋଇଥିବା ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ଦରିଦ୍ରତା ଦୂର ହୋଇଯିବ ଏବଂ ମା’ ଲକ୍ଷ୍ମୀ ଆପଣଙ୍କ ଠାରୁ ପ୍ରଶନ୍ନ ରହିବେ ।
ଏହା ଛଡା ଶାସ୍ତ୍ରରେ କୁହାଯାଇଛି ଯଦି ଆପଣ ନିଜ କ୍ଷମତା ଅନୁଯାଇ ଗରିବ ଲୋକଙ୍କୁ କିଛି ଦାନ ଦେଉଛନ୍ତି ତେବେ ମା’ ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ ଅପାର କୃପା ହେବ । ଏହା ବ୍ୟତିତ ଶୁକ୍ରବାର ଦିନ ଗରିବ ଲୋକଙ୍କୁ ଖାଦ୍ୟ ଖୁଆଇଲେ ମା’ ଲକ୍ଷ୍ମୀଙ୍କର ବିଶେଷ କୃପା ଦ୍ରୁଷ୍ଟି ପଡିବ ।
ଏହି କଥା ପାଇଁ ଧ୍ୟାନ ଦିଅନ୍ତୁ ଯେ ସନ୍ଧ୍ୟା ପୂଜା ସମୟରେ ମା’ଙ୍କ ପାଖେ ଗାଈ ଘିଅ ଦୀପ ଜାଳନ୍ତୁ ।ସେଥିରେ ଅଳପ କେସର ପ୍ରୟୋଗ ନିଶ୍ଚିନ୍ତ କରନ୍ତୁ, ଏହି ପ୍ରକାର କଲେ ମା’ ଲକ୍ଷ୍ମୀଙ୍କ କୃପା ଦୁଷ୍ଟୀ ଆପଣଙ୍କ ଉପରେ ସଦେବ ରହିବ । କେବଳ ଏତିକି ନୁହେଁ ଦୀପକୁ ଘର କୌଣସି ଶାନ୍ତ କଣ ରେ ରଖୀ ଦିଅନ୍ତୁ, ଏହି ପ୍ରକାର ବିଧି ସହ ପୂଜା ଓ କର୍ମ କଲେ ମାଁ ଲକ୍ଷ୍ମୀ ଆପଣଙ୍କ ଘରେ ସବୁଦିନ ପାଇଁ ବିରାଜମାନ ରହିବେ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମାନବ ଆର୍ଥିକ ସ୍ଥିତି ପାଇଁ ତାଙ୍କ ପୂର୍ବ ଜନ୍ମ କର୍ମ ସହ ଯୋଡ଼ା ହୋଇଥାଏ, ଯାହା ଫଳ ସେ ଏହି ଜନ୍ମରେ ଭୋଗୁ ଥାନ୍ତି,ଏହା ଛଡା ଜାତକ ଗ୍ରହ ବି ଧନ ହାନି ପାଇଁ କାରଣ ହୋଇଥାନ୍ତି । ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନ ଦେବୀ କୁହାଯାଏ ଓ ତାଙ୍କ ପୂଜା ଅରାଧନା କଲେ ଆର୍ଥିକ ସ୍ଥିତି ବଦଳି ଥାଏ ।
ଯଦି ଆପଣଙ୍କ ବ୍ୟବସାୟରେ କ୍ଷତି ହେଉଥାଏ ତେବେ ଶୁକ୍ରବାର ଦିନ ଆପଣ ଆପଣଙ୍କ କାର୍ଯ୍ୟ ସ୍ଥଳରେ ମା ଲକ୍ଷ୍ମୀ, ଗଣେଶ ଓ ବିଷ୍ଣୁଙ୍କୁ ସ୍ଥାପନା କରନ୍ତୁ । କିନ୍ତୁ ଧ୍ୟାନ ରଖିଥିବେ କି ଲକ୍ଷ୍ମୀଙ୍କ ଡାହାଣ ପଟେ ବିଷ୍ଣୁ ଏବଂ ବାମ ପଟେ ଗଣେଶଙ୍କୁ ସ୍ଥାପନା କରିବେ ।
ବ୍ୟବସାୟରେ ଲାଭ ପାଇଁ କାର୍ଯ୍ୟସ୍ଥଳରେ ସ୍ଥାପନା କରାଯାଇଥିବା ଲକ୍ଷ୍ମୀ, ଗଣେଶ, ବିଷ୍ଣୁଙ୍କ ନିକଟରେ ଗୁଲାପ ଫୁଲ ଚଢାନ୍ତୁ ଏବଂ ଘିଅ ଦୀପ ଜଳାନ୍ତୁ ।
ଚାକିରୀ କ୍ଷେତ୍ରରେ ସଫଳତା ପାଇଁ ଶୁକ୍ରବାର ଦିନ ପୂଜା ସ୍ଥଳରେ ପଦ୍ମଫୁଲ ଉପରେ ବସିଥିବା ମା ଲକ୍ଷ୍ମୀଙ୍କ ଫଟୋ ସ୍ଥାପନା କରନ୍ତୁ । ଏହାପରେ ସନ୍ଧ୍ୟାରେ ଘିଅ ଦୀପ ଜଳାନ୍ତୁ । ପୁଣି ମାଲକ୍ଷ୍ମୀଙ୍କୁ ଶଙ୍ଖ, କଉଡି, ପଦ୍ମଫୁଲ, ଇତର ଆଦି ଅର୍ପଣ କରନ୍ତୁ ।
ଶୁକ୍ରବାର ଦିନ ଘରର ମୁଖ୍ୟ ଦ୍ୱାରରେ ରଙ୍ଗୋଲି କରନ୍ତୁ ଗଙ୍ଗା ଜଳ ଛିଞ୍ଚନ୍ତୁ । ଏଭଳି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବେ ନାହିଁ । ଏହାସହିତ ପରିବାରରେ ସୁଖ ସମୃଦ୍ଧି ବଳବ ତର ହୋଇ ରହିବ ।
ଯଦି ଆପଣଙ୍କର ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଶୁକ୍ଳ ପକ୍ଷର ପ୍ରଥମ ଶୁକ୍ରବାର କେସର ତିଲକ ମଥାରେ ଲଗାନ୍ତୁ । ଏହାଦ୍ୱାରା ସମସ୍ୟା ଦୂର ହେବ ।
