ଏଫଆଇଏଚ ପ୍ରୋ ଲିଗ : ଚାଇନାକୁ ୭-୧ରେ ହରାଇଲା ଭାରତ
ମସ୍କଟ : ଚଳିତ ଏଫଆଇଏଚ ପ୍ରୋ ଲିଗ୍ରେ ଭାରତୀୟ ମହିଳା ହକି ଟିମର ଧମାକାଦାର ବିଜୟ । ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ଚାଇନାକୁ ୭-୧ ଗୋଲ୍ରେ ହରାଇଛି ଭାରତ ।
ଓମାନ୍ର ମସ୍କଟରେ ଅନୁଷ୍ଠିତ ଏଫଆଇଚ ମହିଳା ହକି ପ୍ରୋ ଲିଗ୍ ୨୦୨୧/୨୨ରେ କମାଲ କରିଛନ୍ତି ଭାରତୀୟ ମହିଳା ହକି ଦଳ । ଚୀନକୁ ୧-୭ ଗୋଲରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି ମହିଳା ହକି ଦଳ । ଆରମ୍ଭରୁ ହିଁ ଚୀନ ଟିମ୍ ବିପକ୍ଷରେ ଦବଦବା ଦେଖାଇଥିଲେ ଭାରତୀୟ ମହିଳା ଦଳ । ନବନୀତ କୌର ପ୍ରଥମ ଗୋଲ ସ୍କୋର କରିଥିଲେ । ପରବର୍ତୀ ସମୟରେ ନେହା ଦ୍ୱିତୀୟ ଗୋଲ ଦେଇଥିବା ବେଳେ, ବନ୍ଧନା କତାରିୟା ତୃତୀୟ ଗୋଲ ସ୍କୋର କରିଥିଲେ । ପରବର୍ତୀ ସମୟରେ ଚୀନ ଗୋଟିଏ ଗୋଲ କରିବାକୁ ସକ୍ଷମ ହୋଇଥିଲା । ଏହାପରେ କିନ୍ତୁ ପ୍ରଭାବ ବିସ୍ତାର କରିଥିଲେ ଭାରତୀୟ ମହିଳା ହକି ଖେଳାଳି । ଭାରତ ପକ୍ଷରୁ ଶର୍ମିଳା ଦେବୀ ୪ର୍ଥ ଏବଂ ୫ମ ଲଗାତାର ଦୁଇଟି ଗୋଲ୍ ସ୍କୋର କରିଥିଲେ । ପରେ ଗୁରଜୀତ୍ କୌର ୬ଷ୍ଠ ଏବଂ ସୁଶୀଳା ୭ମ ଗୋଲ୍ ସ୍କୋର କରିଥିଲେ ।
