ହକି ମହାସମର : ଆଜି ଭାରତ-ଓ୍ବେଲସ୍ ମୁକାବିଲା, ବିଜେତା ଦଳ ସିଧାସଳଖ କ୍ବାର୍ଟରଫାଇନାଲରେ ପାଇବ ସୁଯୋଗ
ଭୁବନେଶ୍ୱର : ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପରେ ଦେଖିବାକୁ ମିଳିବ ଭାରତ-ଓ୍ବେଲସ୍ ମୁକାବିଲା । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ। ଗ୍ରୁପ ପର୍ଯ୍ୟାୟରେ ଏହା ଭାରତର ହେବ ଶେଷ ମ୍ୟାଚ୍। ଏହି ମ୍ୟାଚ୍ ଭାରତ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ। ଗ୍ରୁପ୍ ବିଜେତା ଦଳ ହିଁ ସିଧାସଳଖ କ୍ବାର୍ଟରଫାଇନାଲ୍ ସୁଯୋଗ ପାଇବ।
ଗ୍ରୁପ ‘ଡି’ରେ ଭାରତ ଏବେ ଇଂଲଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ବି ଏହି ଗ୍ରୁପରୁ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବା ସମ୍ଭାବନା ରହିଛି। କିନ୍ତୁ ଏଥିପାଇଁ ଇଂଲଣ୍ଡ, ସ୍ପେନଠୁ ହାରିବାକୁ ପଡ଼ିବ । ଆଉ ଯଦି ଇଂଲଣ୍ଡ ସ୍ପେନକୁ ହରାଏ ତେବେ ଇଂଲଣ୍ଡ ଯେତିକି ଗୋଲ ସ୍କୋର କରିଥିବ, ଭାରତକୁ ଓ୍ୱେଲ୍ସ ବିପକ୍ଷରେ ଆଉ ୪ଟି ଅଧିକ ଗୋଲ ସ୍କୋର କରି ଜିତିବାକୁ ହେବ । ତେଣୁ ଭାରତ ପାଇଁ ଇଂଲଣ୍ଡ-ସ୍ପେନ ମ୍ୟାଚ ବେଶ ଗୁରୁତ୍ଵପୂର୍ଣ୍ଣ। ଭାରତ ଯଦି କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିନପାରେ, ତାହା ହେଲେ କ୍ରସଓଭର ମ୍ୟାଚ ଜିତିବାକୁ ହେବ ।
ଭାରତ ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ସ୍ପେନକୁ ୨-୦ ଗୋଲ୍ରେ ପରାସ୍ତ କରି ୩ ପଏଣ୍ଟ ପାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଇଂଲଣ୍ଡ ସହିତ ଡ୍ର ରଖି ପଏଣ୍ଟ ଭାଗ କରିଥିଲା । ଗ୍ରୁପ୍ ଟେବୁଲ୍ରେ ଭାରତ ଓ ଇଂଲଣ୍ଡ ୪ ପଏଣ୍ଟ ଲେଖାଏଁ ପାଇ ସମାନ ସ୍ଥିତିରେ ଅଛନ୍ତି । ୱେଲସ୍ କୌଣସି ପଏଣ୍ଟ ପାଇନଥିବା ବେଳେ ଗୋଟିଏ ମ୍ୟାଚ୍ ଜିତି ୩ ପଏଣ୍ଟ ସହ ସ୍ପେନ୍ ତୃତୀୟ ସ୍ଥାନରେ ରହିଛି । ପ୍ରଥମଥର ବିଶ୍ବକପ୍ ଖେଳିବାକୁ ଆସିଥିବା ୱେଲସ୍ ଟିମ୍ ସେତେଟା ଶକ୍ତିଶାଳୀ ନୁହେଁ । ତେଣୁ ଭାରତ ଏହି ମ୍ୟାଚ୍କୁ ଭଲ ବ୍ୟବଧାନରେ ବିଜୟୀ ହେଲେ ଗ୍ରୁପ ଟେବୁଲ୍ ଟପ୍ରେ ରହିବା ସମ୍ଭାବନା ରହିବ । ସେପଟେ ଭାରତ-ୱେଲସ୍ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ-ସ୍ପେନ୍ ମ୍ୟାଚ୍ ରହିଛି । ଯଦି ଇଂଲଣ୍ଡ ସ୍ପେନ୍ ଠାରୁ ହାରିଗଲା ଏଭଂ ଭାରତ ୱେଲସ୍କୁ ହରାଇଲା ତେବେ ଭାରତ ଟେବୁଲ୍ ଟପ୍ରେ ରହିବା ନିଶ୍ଚିତ ହୋଇଯିବ । ଏହି ମ୍ୟାଚ୍ ଭାରତ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ହେବ । ଗ୍ରୁପ୍ ଟପ୍ରେ ରହିବା ଦଳ ହିଁ ସିଧାସଳଖ କ୍ବାର୍ଟରଫାଇନାଲ୍ ସୁଯୋଗ ପାଇବ। ଦ୍ବିତୀୟ ଓ ତୃତୀୟରେ ରହିଲେ କ୍ରସ୍ ଓଭର ଖେଳି ଆଗକୁ ଯିବାର ସୁଯୋଗ ବି ରହିଛି । ଭାରତୀୟ ଟିମ୍ ବି କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରି ପ୍ରସ୍ତୁତ ହୋଇଛି । ସେହିପରି ଇଂଲଣ୍ଡ ଯଦି ସ୍ପେନ୍କୁ ହରାଇବ । ତେବେ ଭାରତକୁ ୱେଲସ୍ ବିପକ୍ଷ ମ୍ୟାଚ୍ରେ ବ୍ୟବଧାନଠାରୁ ୪ଟି ଅଧିକ ଗୋଲ୍ରେ ଜିତିବାକୁ ପଡ଼ିବ। ଭାରତ ଗ୍ରୁପ୍ ବିଜେତା ହୋଇ ଆଗକୁ ବଢ଼ିଲେ ଗ୍ରୁପ୍ ‘ଏ’ର ତୃତୀୟ ଏବଂ ବି’ର ଦ୍ବିତୀୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା କ୍ରସ୍ ଓଭର ବିଜେତା ଦଳ ସହ ଖେଳିବ। ମୋଟାମୋଟି ଭାବେ ନକ୍ ଆଉଟ୍ ପୂର୍ବରୁ ଭାରତ ଓ ଇଂଲଣ୍ଡ ସିଧାସଳଖ କ୍ବାର୍ଟରଫାଇନାଲ୍ ଖେଳିବା ଆଶାରେ ଅଛନ୍ତି ।
