ଫେରାର ଅଭିଯୁକ୍ତ ଗିରଫ
ଜୟପୁର : ଜୟପୁର ଟାଉନ ପୋଲିସ ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସଦର ଥାନା ଅନ୍ତର୍ଗତ ବ୍ରାହ୍ମୁଣି ଗାଁର ସେଖ ନାଜିର । ପୋଲିସ ସୁଚନା ଅନୁଯାଇ ବ୍ରହ୍ମୁଣି ଗାଁର ଶେଖ ନାଜିର ନାମରେ ଜୟପୁର ଟାଉନ ଥାନାରେ ୨୦୦୮ ମସିହାରେ ଚୋରି ମାମଲା ରହିଥିଲା । ସେହି ଦିନ ଠାରୁ ସେ ଫେରାର ଥିବା ବେଳେ ପୋଲିସ ବ୍ରାହ୍ମୁଣି ଗାଁରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରି ସମ୍ବିତ ବେହେରା ସୂଚନା ଦେଇଛନ୍ତି ।
