“ଫକୀରମୋହନଙ୍କ ଛ’ମାଣ ଆଠଗୁଣ୍ଠରେ ନାରୀ ଚରିତ୍ର” ପୁସ୍ତକ ଉନ୍ମୋଚିତ
ମୟୁରଭଞ୍ଜ : ବିରଷ୍ଠ ସାରସ୍ୱତ ସାଧକ ବୃନ୍ଦାବନ ଦାଶଙ୍କ ଲିଖିତ ପୁସ୍ତକ “ଫକୀର ମୋହନଙ୍କ ଛ’ମାଣ ଆଠଗୁଣ୍ଠରେ ନାରୀ ଚରିତ୍ର” ପୁସ୍ତକ ଉନ୍ମୋଚିତ ହୋଇ ଯାଇଛି । ଗାଳ୍ପିକା ସୁଶ୍ରୀ କାବେରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥିଭାବେ ସାହିତ୍ୟିକା ଡ. ପୁଷ୍ପା ପାତ୍ର, ମୁଖ୍ୟ ବକ୍ତାଭାବେ ସାରସ୍ୱତ ସ୍ରଷ୍ଟା ଡ. ଅସୀମା ସାହୁ ଓ ସମୀକ୍ଷକଭାବେ କବି ଓ ସମଗାଳ୍ପିକା ପ୍ରାଧ୍ୟାପିକା ଉଷା ଶତପଥୀ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିବା ସହ ଲେଖକଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଉମା ଦାଶ ଓ କବି ଡ. ନୀଳକଣ୍ଠ ମିଶ୍ର ଉନ୍ମୋଚନ ସମାରୋହରେ ଉପସ୍ଥିତ ଥିଲେ । କବୟିତ୍ରୀ ବାସନ୍ତୀଲତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବୟିତ୍ରୀ ପାର୍ବତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କବି ଅମିତାଭ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବହୁ ସାରସ୍ୱତ ପ୍ରେମୀ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।
