ୟୁଏସ୍ ଓପନ୍ରୁ ଓହରିଲେ ଫେଡେରର୍
ୱାଶିଂଟନ : ୟୁଏସ୍ ଓପନ୍ରୁ ଓହରିଲେ ଷ୍ଟାର ଟେନିସ୍ ଖେଳାଳି ରୋଜର ଫେଡେରର୍ । ଏନେଇ ସେ ଏକ ଭିଡିଓ ଜରିଆରେ ଜଣାଇଛନ୍ତି । ସୁଇଜରଲ୍ୟାଣ୍ଡର ଏହି ମହାନ୍ ଟେନିସ୍ ଖେଳାଳି ସ୍ୱାସ୍ଥ୍ୟଗତ କାରଣରୁ କିଛି ହାଇ ପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟରୁ ଦୂରେଇ ରହିଛନ୍ତି । ଫ୍ରେଞ୍ଚ୍ ଓପନ୍ ଏବଂ ଅଲିମ୍ପିକ୍ ଭଳି ଟୁର୍ଣ୍ଣାମେଣ୍ଟ ନଖେଳିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ । ଏହାର କାରଣ ସେ ତାଙ୍କର ଆଗାମୀ ଆଣ୍ଠୁରେ ହେବାକୁ ଥିବା ଅସ୍ତ୍ରୋପଚାର ବୋଲି କହିଛନ୍ତି ।
ସେ ଏହି ଭିଡିଓରେ କହିଛନ୍ତି ଯେ, “ସମସ୍ତଙ୍କୁ ନମସ୍କାର, ମୁଁ ରୋଜର । ଆଶାକରେ ଆପଣ ଭଲରେ ଥିବେ । ଶୁଣନ୍ତୁ ମୁଁ ଆପଣଙ୍କୁ କିଛି ଅପଡେଟ୍ ଦେବାକୁ ଚାହୁଁଛି । ୱିମ୍ୱିଲଡନ୍ ପରେ ସ୍ଥିତି କଣ ରହିଛି ସେ ବିଷୟରେ ଜଣାଇବାକୁ ଚାହୁଁଛି । କିଛି ଦିନ ଧରି ମୁଁ ଡାକ୍ତରଙ୍କ ନିକଟରେ ମୋର ଆଣ୍ଠୁକୁ ଦେଖାଇ ଆସୁଛି । ଆଣ୍ଠୁର ସୁସ୍ଥତା ପାଇଁ ଆଉ ଏକ ସର୍ଜରୀ କରିବାର ଆବଶ୍ୟକତା ଥିବା ଡାକ୍ତର କହିଛନ୍ତି । ଫଳରେ ଆଗାକୁ ଥିବା ୟୁଏସ୍ ଓପନ୍ ଖେଳିବା ସମ୍ଭବ ହେବ ନାହିଁ” । ତେବେ ପୂର୍ବରୁ ରୋଜରଙ୍କର ଆଣ୍ଠୁରେ ଦୁଇଟି ସର୍ଜରୀ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହି କାରଣରୁ ମୁଁ କିଛି ମାସ ଧରି ଖେଳ ଠାରୁ ଦୂରେଇ ଯାଇଛି । ଯାହାକି ମୋ ପାଇଁ କଷ୍ଟ ଦାୟକ । ତଥାପି ମତେ ସୁସ୍ଥ ହେବା ପାଇଁ ଏ ସବୁ କରିବାକୁ ପଡ଼ିବ । କାରଣ ପୂର୍ବ ପରି ମୁଁ ଟେନିସ୍ କୋର୍ଟରେ ଦୌଡ଼ିବାକୁ ଚାହୁଁଛି । ସର୍ଜରୀ ସରିଗଲା ପରେ ଏବଂ ସେ ସୁସ୍ଥ ହେବା ପରେ ପୁଣିଥିରେ କୋର୍ଟରେ ଦେଖାଦେବେ ବୋଲି କହିଛନ୍ତି ।
