ପୂର୍ବଶତ୍ରୁତାକୁ ନେଇ ବାପ-ପୁଅଙ୍କୁ ଗଳାକାଟି ହତ୍ୟା
ଗଜପତି : ପୂର୍ବଶତ୍ରୁତାକୁ ନେଇ ବାପ-ପୁଅଙ୍କୁ ଗଳାକାଟି ହତ୍ୟା । ଏପରି ଏକ ଅଭାବନୀୟ ଘଟଣା ଗଜପତି ଜିଲା ମୋହନା ମୁଖିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ।
ସୂଚନା ଯେ, ମୋହନା ମୁଖିଗୁଡ଼ା ଗାଁରେ ଡବଲ ମର୍ଡର ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପା ଓ ପୁଅଙ୍କୁ ଅତି ନିର୍ମମ ଭାବେ ଗଳାକାଟି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ମୃତକ ହେଲେ ବାପା ଲୁକ ଦଳବେହେରା ଓ ପୁଅ ଅନୁପ ଦଳବେହେରା । ଘର ଭିତରେ ପୁଅର ମୃତଦେହ ପଡିଥିବା ବେଳେ ଗାଁ ପାଖ ପଡ଼ିଆରେ ବାପାର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଅଡ଼ବା ପୋଲିସ ପହଁଚି ଛାନଭିନ୍ ଆରମ୍ଭ କରିଛି ।
