ନାଗୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧୧ ମୃତ, ୭ ଆହତ
ରାଜସ୍ଥାନ : ରାଜସ୍ଥାନ ନାଗୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ।
Rajasthan | 11 people were killed after a cruiser collided with a truck in Nagaur today morning. 7 others were seriously injured and were shifted to a hospital in Nokha, Bikaner: SHO, Shri Balaji Police Station, Nagaur pic.twitter.com/7mXXMoUHyS
— ANI (@ANI) August 31, 2021
ବାଲାଜୀ ପୋଲିସ ଷ୍ଟେସନର ଏସଏଚଓଙ୍କ କହିବା ମୁତାବକ, ମଙ୍ଗଳବାର ସକାଳେ ନାଗୋରରେ ଦ୍ରୁତଗାମୀ କ୍ରୁଜ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ବିକାନେରର ନୋହାସ୍ଥିତ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟମାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
