ବାଲେଶ୍ୱର : ଆରଡ଼ି ଏସ୍ଡ଼ିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ନୀଳଗିରି : ନୀଳଗିରି କଣ୍ଟ୍ରାକ୍ଟର କ୍ଲବ ପକ୍ଷରୁ ଆରଡି କାର୍ଯ୍ୟାଳୟ ପରିସରରେ ଏକ ଏସଡିଓଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କଣ୍ଟ୍ରାକ୍ଟର କ୍ଲବ ର ସଭାପତି ପ୍ରଫୁଲ୍ଲ କୁମାର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦାୟୀ ଏସଡିଓ ଗୋକୁଳାନନ୍ଦ ପରିଡ଼ାଙ୍କୁ ବିଦାୟ ଅବସରରେ ସମ୍ବର୍ଦ୍ଧନା ଦିଆଯାଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ଆର ଏଣ୍ଡ ବି. ର ଏସଡିଓ ପ୍ରଫୁଲ୍ଲ କୁମାର ଦାସ, ବାଲେଶ୍ୱର ଜିଲା କଣ୍ଟାକ୍ଟର ୟୁନିୟନର ସଭାପତି ଦୀପ୍ତିକାନ୍ତ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଏସକେ ଖଲିଦ, ସରୋଜ ମିଶ୍ର, ଦେବବ୍ରତ ଗାରୁ ନିମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ଥିଲେ । ନୀଳଗିରି ଏବଂ ବାଲେଶ୍ୱର ର ବରିଷ୍ଠ ଠିକାଦାରମାନେ ଏଥିରେ ଯୋଗଦାନ କରି ଶ୍ରୀ ପରିଡ଼ାଙ୍କର ଉତ୍ତୋରୋତ୍ତର କାମନା କରିଥିଲେ ।
