ପରଲୋକରେ ଦକ୍ଷିଣ ଭାରତୀୟ ଗାୟିକା କଲ୍ୟାଣୀ ମେନନ୍
ଚେନ୍ନାଇ : ଭେଟେରାନ ଦକ୍ଷିଣ ଭାରତୀୟ ଗାୟିକା କଲ୍ୟାଣୀ ମେନନଙ୍କ ୮୦ ବର୍ଷ ବୟସରେ ପରଲୋକ । ଏନେଇ ତାଙ୍କ ପୁଅ ରାଜୀବ ମେନନ୍ ଦକ୍ଷିଣ ଭାରତର ଜଣେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ।
ସୂଚନା ଯେ, କେରଳରୁ ଆସି ଚେନ୍ନାଇରେ ଅବସ୍ଥାପିତ କଲ୍ୟାଣୀ ମେନନ୍ ମାଲାୟାଲମ୍ ନିର୍ଦ୍ଦେଶକ ରାମୁ କାରିଆତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ୍ୱିପ୍’ରେ ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ। ସେବେଠାରୁ ସେ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ସମେତ ଦକ୍ଷିଣ ଭାରତୀୟ ଫିଲ୍ମରେ ଅନେକ ଗୀତ ଗାଇଥିଲେ। ୯୦ ଦଶକରେ କଲ୍ୟାଣୀ ମେନନ୍ ଆର୍ ରହମାନଙ୍କ ନିର୍ଦ୍ଦେଶନାରେ ଅନେକ ପ୍ରସିଦ୍ଧ ଗୀତ ଗାଇଥିଲେ। ତାଙ୍କର କେତେକ ପ୍ରସିଦ୍ଧ ଗୀତରେ ଓମାନ ପେନେ, କୁନ୍ଦନାପୁ ବୋମ୍ମା, ଫୁଲୋ ଜେସି ଲଡକି, ଭାଡି ସାଥୁକୋଡି, କୁଲୁବଲି ଏବଂ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ ।
