ପାରିବାରିକ କଳହ ନେଲା ଉଗ୍ରରୂପ : ଭାଇବୋହୂକୁ ଦି’ଗଡ଼ କରି ନଦୀରେ ଭସାଇଲା ଦେଢ଼ଶୁର!
ଆନନ୍ଦପୁର : ପାରିବାରିକ କଳହକୁ ନେଇ ଉଗ୍ରରୂପ । ଭାଇବୋହୂକୁ ଦି’ଗଡ଼ କରି ନଦୀରେ ଭସାଇଲା ଦେଢ଼ଶୁର । ଏଭଳି ଏକ ଘଟଣା କେନ୍ଦୁଝର ଜିଲା ଘସିପୁରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅମାରଙ୍ଗ ଘାଟରୁ ମହିଳାଙ୍କ ଅଧା ମୃତଦେହ ଉଦ୍ଧାର ଘଟଣା । ଘସିପୁରା ଥାନାରେ ହତ୍ୟା ଅଭିଯୋଗ କଲେ ଜଣେ ଯୁବତୀ । ମୃତକ ମହିଳା ନିଜ ମା’ କହି ହତ୍ୟା ଅଭିଯୋଗ ଆଣିଲେ ଯୁବତୀ । ଘରୋଇ କଳିରୁ ମହିଳାଙ୍କୁ ଦେଢ଼ଶୁର ହତ୍ୟା କରିଥିବା ଜଣାପଡ଼ିଛି । ଶରୀରକୁ ଦି’ ଖଣ୍ଡ କରି ବୈତରଣୀ ନଦୀରେ ଭସାଇ ଦେଇଥିବା ଅଭିଯୋଗ ହୋଇଛି । ଶରୀରର ଉପରଭାଗ ବର୍ତ୍ତମାନ ସୁଦ୍ଧା ମିଳନି । ସେହିପରି ଅଭିଯୁକ୍ତ ଦେଢ଼ଶୁର ଫେରାର ରହିଛି ।
