ନକଲି ସିବିଆଇ ଅଧିକାରୀ ଗିରଫ
ଭୁବନେଶ୍ୱର : ବିଭିନ୍ନ ସହରରେ ଥିବା ଷ୍ଟାର ହୋଟେଲରେ ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇ ବିଳାସବେଶନ ଜୀବନ ଯାପନ କରି ଅନଲାଇନ ପେମେଂଟରେ ଠକୁଥିବା ବି ସୁଧୀରକୁ ଚନ୍ଦ୍ରଶେଖରପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ବିଶାଖାପାଟଣାର ବି ସୁଧୀର ଷ୍ଟାର ହୋଟେଲ ସ୍ୱସ୍ତି ପ୍ରିମିୟମରେ ଗୋଟିଏ ଦିନ ରହିବା ପରେ ୧୩ହଜାର ଟଙ୍କା ବିଲ ହୋଇଥିଲା। ଚେକ୍ ଆଉଟ କରିବା ବେଳେ ରିସେପସନରେ ସୁଧୀରଙ୍କୁ ପେମେଣ୍ଟ ମାଗିଥିଲେ ହୋଟେଲ କର୍ମଚାରୀ। ପାଖରେ କ୍ୟାସ ନାହିଁ କହି ପେଟିଏମରେ ପେମେଣ୍ଟ କରିବେ ବୋଲି କହିଥିଲେ । ପେମେଣ୍ଟ କରିବା ପରେ ସକ୍ସେସ ନ ହେବାରୁ ପ୍ରଶ୍ନ କରିଥିଲେ ହୋଟେଲ କର୍ତ୍ତୃପକ୍ଷ । କିନ୍ତୁ ସର୍ଭର ପ୍ରବ୍ଲେମ ଅଛି ମୁଁ ପେମେଣ୍ଟ କରିଛି ପରେ ହୋଇଯିବ କହି ଖସି ପଳାଇଥିଲେ ନକଲି ସିବିଆଇ ଅଧିକାରୀ ଜଣକ।
ଆଉ ଥରେ ହୋଟେଲରେ ରହିବା ପରେ ସେହିପରି ଉପାୟରେ ଖସି ପଳାଉଥିବା ସମୟରେ ସିକ୍ୟୁରିଟି ତାଙ୍କୁ ଅଟକ ରଖିଥିଲେ। ସିସିଟିଭିରେ ଦେଖିବା ପରେ ସମସ୍ତ କଥା ପ୍ରମାଣିତ ହୋଇଥିଲା । ପରେ ଚନ୍ଦ୍ରଶେଖରପୁର ପୁଲିସ ଥାନାରେ ପଚରାଉଚରା କରିଥିଲା । ଅଭିଯୁକ୍ତ ଜଣକ କେବଳ ରାଜଧାନୀ ନୁହେଁ ବରଂ କଟକ, ପୁରୀ ସମେତ ଅନେକ ସହରରେ ଥିବା ଷ୍ଟାର ହୋଟେଲରେ ନିଜକୁ ସିବିଆଇ ପରିଚୟ ଦେଇ ଅୟେସ କରିବା ସହ ହୋଟେଲକୁ ଠକୁ ଥିବା ସ୍ୱୀକାର କରିଛି ।
