Facebook ୟୁଜର୍ସଙ୍କୁ ଝଟକା: ୨୧ ଦିନ ପରେ ବନ୍ଦ ହେବ ଏହି ୪ଟି ଫିଚର, ଫ୍ରେଣ୍ତସ୍ ସହ କରିପାରିବେନି..
ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେସବୁକ ଫିଚର ବନ୍ଦକୁ ନେଇ ଚର୍ଚ୍ଚ ଲାଗି ରହିଛି । ନିୟରବାୟ ଫ୍ରେଣ୍ଡ୍ସ ଫିଚର ନିଜ ବନ୍ଧୁମାନଙ୍କର ରିଅଲ ଟାଇମ ଲୋକେସନ ଟ୍ରାକ୍ କରିବାକୁ ଅନୁମତି ଦେଇଥାଏ । ଏହି ଅପସନ ଗୋଟିଏ ଥର ଆକ୍ଟିଭ ହେବାପରେ, ଏହା ୟୁଜର୍ସଙ୍କୁ ତାଙ୍କ ନିକଟତ୍ତମ ଲୋକେସନରେ ପହଞ୍ଚିଥିବା ବନ୍ଧୁଙ୍କୁ ସୂଚିତ କରିଦେଇଥାଏ । ନିୟର ଫ୍ରେଣ୍ଡ୍ସ ସହିତ ଫେସବୁକ ୱେଦର ଆଲର୍ଟ, ଲୋକେସନ ହିଷ୍ଟ୍ରୀ ଓ ବ୍ୟାକଗ୍ରାଉଣ୍ଡ ଲୋକେସନ ଫିଚର ବି ବନ୍ଦ ହେବାକୁ ଯାଉଛି ।
ଫେସବୁକ ଆପ୍ଲିକେସନରେ କମ୍ପାନୀ ପକ୍ଷରୁ ନୋଟିଫିକେସନ ମାଧ୍ୟମରେ ଏହା ଘୋଷଣା କରିଛି । ୟୁଜର୍ସଙ୍କୁ ଦିଆଯାଇଥିବା ନୋଟିଫିକ୍ସନରେ କମ୍ପାନୀ କହିଛି କି ଯେଉଁ ଫିଚର ଲୋକଙ୍କୁ ନିକଟରେ ଥିବା ବନ୍ଧୁଙ୍କୁ ସୂଚିତ କରୁଥିଲା, ସେହି ଫିଚର ୨୦୨୨, ମେ ୩୧ ପରେ କାମ କରିବ ନାହିଁ ।
ୱେଦର ଆଲର୍ଟ, ଲୋକେସନ ହିଷ୍ଟ୍ରୀ ଓ ବ୍ୟାକଗ୍ରାଉଣ୍ଡ ଲୋକେସନ ସହିତ ଅନ୍ୟ ଲୋକେସନ ବେସ୍ଡ ଫଙ୍କସନ ବି ଫ୍ଲାଟଫର୍ମରୁ ଗାଏବ ହୋଇଯିବ । କମ୍ପାନୀ ଲୋକେସନ ହିଷ୍ଟ୍ରୀ ସହିତ ଅନ୍ୟ ଡାଟା ଡାଉନଲୋଡ କରିବାକୁ ୨୦୨୨ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି । ଏହାପରେ ଏହି ଅପସନ ହଟାଇଦିଆଯିବ । ଅନ୍ୟାନ୍ୟ ବ୍ୟବହାର ପାଇଁ ୟୁଜର୍ସଙ୍କ ଲୋକେସନ ସମ୍ପର୍କୀତ ତଥ୍ୟ ଏବେବି ସଂଗ୍ରହ କରିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।
୨୦୧୪ରେ ଆସିଥିଲା ନିୟରବାୟ ଫ୍ରେଣ୍ଡ୍ସ ଫିଚର :
ଫେସବୁକ ୨୦୧୪ରେ ios ଓ Android ପ୍ଲାଟଫର୍ମରେ ନିୟରବାଏ ଫ୍ରେଣ୍ଡ୍ସ ଫିଚର ଚାଲୁ କରିଥିଲା । ଫିଚର ସହାୟତାର କେଉଁ ବନ୍ଧୁ ନିକଟତ୍ତମ ଅଞ୍ଚଳକୁ ଯାତ୍ରା କରିଛନ୍ତି ତାହା ଜଣାପଡ଼ୁଥିଲା ।
