ପୁଣି ଫୁଟିଲା ବୋମା : ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ ଘଟି ୩ମୃତ, ୧୫ ଆହତ
କାବୁଲ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ବର୍ବରତା ଥମିବାର ନାଁ ନେଉନାହିଁ। କେତେବେଳେ ତାଲିବାନ ତ କେତେବେଳେ ଅନ୍ୟ କୌଣସି ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନକୁ ଟାର୍ଗେଟ କରୁଛନ୍ତି। ଏମଧ୍ୟରେ କେବଳ ବଳି ପଡ଼ିଯାଉଛି ସାଧାରଣ ଲୋକଙ୍କ ଜୀବନ। ଆଜି ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶର ଥିବା ଏକ ମସଜିଦରେ ବିସ୍ଫୋରଣ ଘଟି ୧୫ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏହା ସହ ୩ଜଣଙ୍କର ଜୀବନ ଯାଇଥିବା କୁହାଯାଉଛି। ବିସ୍ଫୋରଣକୁ ଦେଖି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶା କରାଯାଉଛି।
ତାଲିବାନର ଜଣେ ଅଧିକାରୀ କହିଛନ୍ତି ଯେ, ମୁଁ ସ୍ପିନ୍ ଘର ଜିଲ୍ଲାର ଏକ ମସଜିଦ ଭିତରେ ଶୁକ୍ରବାର ପ୍ରାର୍ଥନା ସମୟରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଦସହ ଅନେକ ଲୋକ ଆହତ ହୋଇଛନ୍ତି। ପ୍ରାୟ ୩ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଆଜି ଦିନ ପ୍ରାୟ ୧.୩୦ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରକକୁ ମସଜିଦ ଭିତର ରଖାଯାଇଥିଲା।
