ପାକିସ୍ତାନରେ ମହଙ୍ଗା ମାଡ଼ : ଚିନି କିଲୋପ୍ରତି ୧୬୦ ଟଙ୍କା
ଇସଲାମାବାଦ : ପାକିସ୍ତାନରେ ଚିନି ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି । ହୋଲସେଲ ହାର କିଲୋଗ୍ରାମ ପିଛା ୧୫୦ ଟଙ୍କା ରହିଥିବା ବେଳେ ଦେଶର ଅଧିକାଂଶ ଅଂଚଳରେ ଖୁଚୁରା ଦର କିଲୋପ୍ରତି ୧୬୦ ଟଙ୍କାକୁ ବୃଦ୍ଧି ପାଇଛି । ଲାହୋରରେ ହୋଲସେଲ ମୂଲ୍ୟ ୧୦୦ କିଲୋଗ୍ରାମ ପ୍ରତି ୧୫,୦୦୦ ଟଙ୍କା ଛୁଇଁଛି କାରଣ ସ୍ଥାନୀୟ ଷ୍ଟଟ ଗୁଡ଼ିକ ସରିଯିବା ଆରମ୍ଭ କରିଛି ଏବଂ ମୂଲ୍ୟ ଉପରେ ବୃଦ୍ଧି ଘଟିଛି । ସେହିଭଳି କରାଚି, ପେଶୱାର, ରାଓଲପିଣ୍ଡି ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚିନି ଦର ବୃଦ୍ଧି ପାଇଛି । ହଠାତ୍ କ୍ୱେଟାରେ ଚିନିର ମୂଲ୍ୟ କିଲୋଗ୍ରାମ ପ୍ରତି ୧୩୫ ରୁ ୧୪୦କୁ ବୃଦ୍ଧି ପାଇଛି ।
ଚିନି ମୂଲ୍ୟରେ ବୃଦ୍ଧି ସମ୍ପର୍କରେ ପଂଜାବର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ରାଜ୍ୟରେ ଦୁଇ ଗୋଷ୍ଠୀ ଚିନି ମିଲ ମାଲିକଙ୍କ ପାଖରେ ୮୦ ହଜାର ଟନ୍ ଷ୍ଟକ ରହିଛି । ଏହି ଦୁଇ ଗୋଷ୍ଠୀ ୬ ରୁ ୭ ଜଣ ଡିଲରଙ୍କ ଗୋଷ୍ଠୀ ସହିତ ବଜାରକୁ କଡ଼ାକଡ଼ି କରୁଛନ୍ତି । ଯଦିଓ ଆମଦାନୀ ହୋଇଥିବା ଚିନି ପ୍ରକାର ଉବଲବ୍ଧ, ସ୍ଥାନୀୟ କ୍ରେତାମାନେ କ୍ରିଷ୍ଟେଲ ଓ ଦାନାଦାର ଚିନିକୁ ପସନ୍ଦ କରୁଛନ୍ତି । ପାକିସ୍ଥାନରେ ଖାଦ୍ୟର ମୂଲ୍ୟ ପ୍ରାୟ ଦୁଇଗୁଣ ବଢ଼ିଯାଇଛି । ଘିଅ, ତେଲ, ଚିନି, ମଇଦା ଏବଂ ଚିକେନର ମୂଲ୍ୟ ବୃଦ୍ଧି ପାଇଛି ।
