ପୂର୍ବତନ ପୋଲିସ୍ ଏଏସଆଇଙ୍କୁ ୫ ବର୍ଷ ଜେଲ୍
ଭୁବନେଶ୍ୱର : ଭିଜିଲାନ୍ସ ମାମଲାରେ ପୂର୍ବତନ ପୋଲିସ ଏଏସଆଇଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ମିଳିଛି । ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଟାଉନ ଥାନାର ପୂର୍ବତନ ଏଏସଆଇ ଲକ୍ଷ୍ମୀଧର ପଣ୍ଡା । ୨ଟି ମାମଲାରୁ ଗୋଟିଏରେ ୩ବର୍ଷ ଓ ଆଉ ଗୋଟିଏରେ ୨ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ଜେଲ୍ ସହ ୫ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ ହେବ । ଉଭୟ ଜେଲ୍ ଦଣ୍ଡାଦେଶ ଏକ ସମୟରେ ଲାଗୁ ହେବ ବୋଲି କୋର୍ଟ କହିଛନ୍ତି ।
