ରମାଦେବୀ ପାଚେରୀ ଭାଙ୍ଗିବା ପାଇଁ ବିଏମସି ଦାୟୀ ନୁହେଁ : ମେୟର
ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ ଭାଙ୍ଗିବା ନେଇ ବିଏମସି ଦାୟୀ ନୁହେଁ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ ପାଚେରୀ କାମ ବିଏମସି କରିନାହିଁ । ପାଚେରୀ ତଳେ ଥିବା ପାଣି ପାଇପ ଲିକ୍ ନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆମକୁ ଜଣାଇଥିଲେ । ଜଣାଇବା ପରେ ଆମେ ତୁରନ୍ତ ମରାମତି କରିଥିଲୁ । ସୂଚନାଯୋଗ୍ୟ ଯେ ଗତକାଲି ସକାଳେ ବିଶ୍ୱବିଦ୍ୟାଳୟର ପ୍ରାୟ ୧୦୦ ମିଟର ଲମ୍ବ ପାଚେରୀଭୁଷୁଡି ପଡିଥିଲା । ନିମ୍ନ ମାନର କାମ ପାଇଁ ପାଚେରୀ ଭୁଷୁଡିଥିବା ଅଭିଯୋଗ ହୋଇଛି ।
