ଦୁର୍ନୀତି ମାମଲାରେ ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜେଲ୍
ଭୁବନେଶ୍ୱର : ବେଆଇନ ଭାବେ ଜୁନିଅର କିରାଣି, ଅମିନ ନିଯୁକ୍ତି ମାମଲାରେ ଗଜପତି ଜିଲ୍ଲା ରାୟଗଡ଼ ଜଳସେଚନ ସର୍କଲ ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲା ରାୟଗଡ଼ ଜଳସେଚନ ସର୍କଲ ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ୨ ବର୍ଷ ଜେଲ୍ ଦଣ୍ଡାଦେଶ, ସହ ୫ ହଜାର ଜରିମାନା ଆଦେଶ ଦେଇଛନ୍ତି ।
