ଚୀନ କାହାଣୀର ଭୟଙ୍କର ଜୀବ ଡ୍ରାଗନ୍ କାଳ୍ପନିକ ଜୀବ ନୁହେଁ, ମିଳିଲା ପ୍ରମାଣ
ଡ୍ରାଗନ୍ । ଚୀନ ଦେଶର ଅନେକ କାହାଣୀର ଏକ ପ୍ରମୁଖ ଚରିତ୍ର । ଆଉ ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଡ୍ରାଗନ୍ କୁ ନେଇ ପିଲାମାନଙ୍କ ମଧ୍ୟରେ କ୍ରେଜ୍ ରହିଛି । ତେବେ କାହାଣୀରେ ବର୍ଣ୍ଣନା ଅନୁଯାୟୀ ଉଡ଼ି ପାରୁଥିବା ଏବଂ ପାଟିରୁ ନିଆଁ ବାହାର କରୁଥିବା ଡ୍ରାଗନ୍ ଏକ ଭୟଙ୍କର ଜୀବ ।
ଶହ ଶହ ବର୍ଷ ଧରି ଡ୍ରାଗନ୍ କାହାଣୀ ପିଲାମାନଙ୍କୁ ଆମୋଦିତ କରୁଥିଲେ ମଧ୍ୟ ଏଭଳି ଏକ ଜୀବ ଥିଲା ବୋଲି କୌଣସି ପ୍ରମାଣ ନାହିଁ । ତେଣୁ ଏହା ଏକ କାଳ୍ପନିକ ଜୀବ ବୋଲି ସମସ୍ତେ ଧରି ନେଇଛନ୍ତି । କିନ୍ତୁ ନିକଟରେ ସେହି ଧାରଣାକୁ ଭୁଲ ସାବ୍ୟସ୍ତ କରିବା ଭଳି ପ୍ରମାଣ ମିଳିଛି ।
ଥାଇଲାଣ୍ଡରେ ଡ୍ରାଗନ୍ ଭଳି ଏକ ଜୀବର ମରଶରୀର ଠାବ ହୋଇଛି । କାହାଣୀରେ ବର୍ଣ୍ଣିତ ଡ୍ରାଗନ୍ ସହ ଏହାର ବହୁ ସାମଞ୍ଜସ୍ୟ ରହିଛି । ବିଶେଷଜ୍ଞମାନେ ମଧ୍ୟ ତନ୍ନ ତନ୍ନ କରି ପରୀକ୍ଷା କରିବା ପରେ ହତଚକିତ ହୋଇଛନ୍ତି । ଏହା ଡ୍ରାଗନ୍ ପ୍ରଜାତିର ବୋଲି ମାନିବାକୁ ବାଧ୍ୟ ହୋଇଛନ୍ତି ।
ଟିକିଏ ଭଲ କରି ଏହି ଡ୍ରାଗନ୍ ସଦୃଶ ଏହି ଜୀବର ମରଶରୀର ଉପରେ ନଜର ପକାନ୍ତୁ । ଭଲକରି ଦେଖନ୍ତୁ । ଆଉ ଭାବନ୍ତୁ, ଆଜି ପର୍ଯ୍ୟନ୍ତ ଆପଣ ଡ୍ରାଗନ୍ କୁ ନେଇ ଦେଖିଥିବା କାଳ୍ପନିକ ରୂପ ସହ ଏହାର ସାମଞ୍ଜସ୍ୟ ଅଛି କି ନାହିଁ । ଏହି ଘଟଣା ପରେ ଏକଥା ସ୍ପଷ୍ଟ ହୋଇଛି ଡ୍ରାଗନ୍ ଭଳି ଦିଶୁଥିବା ଏହି ଜୀବ ଏବେ ମଧ୍ୟ ଧରାପୃଷ୍ଠରେ ଅଛନ୍ତି ।
ତେବେ କେଉଁଠାରେ ରହିଛି ତାହା କାହାକୁ ଜଣା ନାହିଁ । ବିଶେଷଜ୍ଞମାନେ କିନ୍ତୁ ଏହା ଉପରେ ଗବେଷଣା ଆରମ୍ଭ କରି ଦେଇଛନ୍ତି । ଏହି ଜୀବର ବଂଶଧର କେଉଁଠି ବାସ କରୁଛନ୍ତି ତାହା ଖୋଜିବା ଆରମ୍ଭ କରିଛନ୍ତି । ତେଣୁ ଆଶା କରାଯାଉଛି ଯେ, ଖୁବଶୀଘ୍ର କାଳ୍ପନିକ ଜୀବ ଡ୍ରାଗନ୍ କୁ ଆମେ ସତରେ ଦେଖିପାରିବା ।
