ଆଜି ବି ସ୍ୱାଭାବିକ ହେଲା ନାହିଁ ଗୃହ,୪ଟା ଯାଏଁ ମୁଲତବୀ
ଭୁବନେଶ୍ୱର : ମମିତା ମେହେର ହତ୍ୟା ଘଟଣାକୁ ନେଇ ବିରୋଧୀମାନେ ହଟ୍ଟଗୋଳ କରୁଛନ୍ତି । ଆଜି ବି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିରୋଧୀ ହୋହାଲ୍ଲା କରିଛନ୍ତି । ଆଜି ପଞ୍ଚମ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା । ଆରମ୍ଭରୁ ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଫଳରେ ବାଚସ୍ପତି ସୂର୍ଯନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ଡିସେମ୍ବର ୧ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ୪ ଦିନରେ ମାତ୍ର ୫୨ ମିନିଟ ଚାଲିଛି ଗୃହ କାର୍ଯ୍ୟ ।
ଆଜି ବି ସ୍ୱାଭାବିକ ଭାବେ ଚାଲିପାରିଲା ନାହିଁ ଗୃହ । ପୁଣି ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଜି ବି ଗୃହ କାର୍ଯ୍ୟ ଆରମ୍ଭରୁ ଗୃହ ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ମମିତା ମେହେର ପ୍ରସଙ୍ଗ ନେଇ ହୋହଲ୍ଲା ସହ ନରବଜୀ କରିଥିଲେ ବିରୋଧୀ । ଅପରପକ୍ଷରେ ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଶାସକ ଦଳ ସଦସ୍ୟ ପ୍ରତିବାଦ କରିଛନ୍ତି । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ନମିଳିବା, ପାଇକମାନଙ୍କୁ କଳାକାରର ମାନ୍ୟତା ନମିଳିବାରୁ ବିରୋଧ କରିଛି ବିଜେଡି । କେନ୍ଦ୍ରର ଅବହେଳା ପ୍ରତିବାଦରେ ବିଜେଡି ସଦସ୍ୟ ହୋହଲ୍ଲା କରିଥିଲେ । ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ବିଜେଡି ବିଧାୟକମାନେ ଧାରଣା ଦେଇଛନ୍ତି । ଏପଟେ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇବାକୁ ଶୋଭାଯାତ୍ରା ଆରମ୍ଭ କରିଛି ବିଜେପି ।
