ଧିରେ ଧିରେ ବୁଲି ମଧ୍ୟ ବିଦ୍ୟୁତ ଉତ୍ପାଦନ ଘୂର୍ଣ୍ଣନ କରିଥାଏ ପବନ ଚକି, କ’ଣ ଘରେ ପଙ୍ଖା ଲଗାଇ କରାଯାଇ ପାରିବ ବିଦ୍ୟୁତ୍ ଉତ୍ପାଦନ?
ଆପଣ ଜାଣିଥିବେ ଯେ ପବନ କଳ ବ୍ଲେଡ୍ ବହୁତ ଧିରେ ଧିରେ ଘୂର୍ଣ୍ଣନ କରିଥାଏ। ବ୍ଲେଡ୍ ବହୁତ ଧିରେ ଧିରେ ଘୂରିବା ସତ୍ତ୍ୱେ ପବନ କଳ କିପରି ବିଦ୍ୟୁତ୍ ଉତ୍ପାଦନ କରିଥାଏ? କ’ଣ ଆପଣ ପବନ କଳର କାର୍ଯ୍ୟ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ଜାଣିଛନ୍ତି?
ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ପୃଥିବୀ ପୃଷ୍ଠରେ ବହୁ ପରିମାଣରେ ଉପଲବ୍ଧ ରହିଛି। ଯେଉଁଥିରେ ସୌର ଶକ୍ତି, ପବନ ଶକ୍ତି, ଜଳ ବିଦ୍ୟୁତ୍ ଶକ୍ତି, ବାୟୋଗ୍ୟାସ୍, ଜୈବିକ ଇନ୍ଧନ ଆଦି ଅନ୍ତର୍ଭୂକ୍ତ ରହିଛି। ପବନ ଶକ୍ତିରେ ପବନ କଳ ବ୍ୟବହାର କରାଯାଇ ବିଦ୍ୟୁତ୍ ଉତ୍ପାଦନ କରାଯାଇଥାଏ। ହେଲେ କ’ଣ ଆପଣ ପବନ କଳ ନିର୍ମାଣ ବିଷୟରେ ଜାଣିଛନ୍ତି?
ପବନ କଳ ବ୍ଲେଡ ରୋଟର ବ୍ଲେଡ ନାମରେ ଜମାଶୁଣା। ଯାହା ପବନ କଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯିଏ ପବନ ସହିତ ଘୂର୍ଣ୍ଣନ କରିଥାଏ। ଏୟାର୍ ଫଏଲ୍ ଟେକ୍ନୋଲୋଜି ଉପରେ ଧ୍ୟାନରେ ରଖି ଏହାର ଡିଜାଇନ୍ ଏବଂ ଆକୃତି ତିଆରି କରାଯାଇଥାଏ।
ପବନ କଳ ବ୍ଲେଡ ଠାରୁ ମିଳୁଥିବା ଯାନ୍ତ୍ରିକ ଶକ୍ତିକୁ ବୈଦ୍ୟୁତିକ ଶକ୍ତିରେ ପରିଣତ କରିଥାଏ ଜେନେରେଟର । ସରଳ ଭାଷାରେ କହିବାକୁ ଗଲେ ଜେନେରେଟର ସହାୟତାରେ ପବନ ଚକିରୁ ବିଦ୍ୟୁତ୍ ସୃଷ୍ଟି ହୋଇଥାଏ। ବିଦ୍ୟୁତ୍ ଉତ୍ପାଦନ କରିବାକୁ ଜେନେରେଟର ବହୁତ ଦ୍ରୁତ ବେଗରେ ଘୂର୍ଣ୍ଣନ କରିଥାଏ। ଯାହାର ଗତି ପ୍ରାୟ ହେଉଛି ୧୮୦୦ Revolutions per Minute। ଅନ୍ୟପଟେ ପବନ ଚକି ବ୍ଲେଡ ଗତି ପ୍ରାୟ ୧୦-୨୦ RPM ମଧ୍ୟରେ ହୋଇଥାଏ। ଏଭଳି ପରିସ୍ଥିତିରେ ଯଦି ବ୍ଲେଡ୍ ସିଧାସଳଖ ଜେନେରେଟର ସହିତ ସଂଯୁକ୍ତ ହୋଇଯାଏ, ତାହେଲେ ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ ନାହିଁ। ସେଥିପାଇଁ ପବନ ଚକି ବ୍ଲେଡ ଏବଂ ଜେନେରେଟର ମଧ୍ୟରେ ଗିଅରବକ୍ସ ବ୍ୟବହୃତ ହୋଇଥାଏ।
ଗିଅରବକ୍ସ: ପବନ କଳରେ ଗିଅର ବକ୍ସ ବ୍ୟବହାର ଏହାର ଗତି ବୃଦ୍ଧି କିମ୍ବା ହ୍ରାସ କରିବା ପାଇଁ ବ୍ୟବହୃତ ହୋଇଥାଏ। ଗିଅରବକ୍ସ ପବନ କଳରେ ଏହାର ବ୍ଲେଡ ଗତି ବଢାଇବାରେ ସହାୟକ ହୋଇଥାଏ। ଏହାର ଅନୁପାତ ୯୦:୧ ପର୍ଯ୍ୟନ୍ତ ହୋଇଥାଏ। ଯାହାର ଅର୍ଥ ହେଉଛି, ଯଦି ଗିଅରବକ୍ସ ଥରେ ଘୂର୍ଣ୍ଣନ କରାଯାଏ, ତାହେଲେ ଏହାର ଆଉଟପୁଟ୍ ୯୦ ଥର ଘୂର୍ଣ୍ଣନ ଦେବ। ତାହା ହେଉଛି ଏହା ବ୍ଲେଡ ଗତିକୁ ୯୦ ଗୁଣ ପର୍ଯ୍ୟନ୍ତ ବଢାଇଥାଏ।
ଯେହେତୁ ପବନ କଳ ବ୍ଲେଡ ଗତି ୨୦ RPM ହୋଇଥାଏ। ଏହି କ୍ଷେତ୍ରରେ, ଗିଅରବକ୍ସ ଏହାକୁ ୨୦X୯୦= ୧୮୦୦ RPM କରି ଜେନେରେଟର ପାଖକୁ ପଠାଇଥାଏ। ଯେଉଁଥିପାଇଁ ଜେନେରେଟର ବିଦ୍ୟୁତ୍ ନିର୍ମାଣ କରିବା ଆରମ୍ଭ କରିଥାଏ। ଯାହା କେବୁଲ ମାଧ୍ୟମରେ ବେସ ପର୍ଯ୍ୟନ୍ତ ସ୍ଥାନାନ୍ତରିତ ହୋଇଥାଏ। ଯେଉଁଠାରେ ଟ୍ରାନ୍ସଫର୍ମର ଲୋ ଭୋଲଟେଜ ବିଦ୍ୟୁତକୁ ହାଇ ଭୋଲଟେଜ ମଧ୍ୟରେ ରୂପାନ୍ତରିତ କରିଥାଏ।
ଆପଣ ଭାବୁଥିବେ ଯେ ପବନ କଳରେ ବ୍ୟବହୃତ ହେଉଥିବା ବଡ଼ ବଡ଼ ପଙ୍ଖା ଘରେ ଲଗାଇ କରି ବିଦ୍ୟୁତ୍ ଉତ୍ପାଦନ କରାଯାଇ ପାରିବ ନାହିଁ? ଏହି ପ୍ରଶ୍ନର ଉତ୍ତର ହେଉଛି ନାଁ। କାରଣ ଜେନେରେଟର ଘୂର୍ଣ୍ଣନ କରିବା ପାଇଁ ଏକ ଅତି ଦ୍ରୁତ ଏବଂ ଶକ୍ତିଶାଳୀ ଗତି ଆବଶ୍ୟକ କରିଥାଏ। ଯାହା ପବନ କଳ ଗିଅରବକ୍ସ ଏବଂ ବଡ ବଡ଼ ବ୍ଲେଡ ଠାରେ ମିଳିଥାଏ।
ବ୍ରେକ : ପବନ କଳରେ ଗତି ନିୟନ୍ତ୍ରଣ କରିବା ପାଇଁ ଏକ ବ୍ରେକ୍ ମଧ୍ୟ ରହିଛି। ବାତ୍ୟା କିମ୍ବା ଝଡ଼ ତୋଫାନ ସମୟରେ ବ୍ଲେଡ ଅତି ଦ୍ରୁତ ବେଗରେ ଘୂର୍ଣ୍ଣନ କରିବାକୁ ରୋକିବା ପାଇଁ ପବନ କଳରେ ବ୍ରେକ୍ ବ୍ୟବହୃତ ହୋଇଥାଏ।
