ବିକିନି ପିନ୍ଧି ସୋସିଆଲ ମିଡ଼ିଆରେ ନିଆଁ ଲଗାଇଲେ ଇଶା ଗୁପ୍ତା, ଫୋଟୋ ଦେଖି ଫ୍ୟାନ୍ସ ବେହୋସ
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ନିଜ ସେକ୍ସି ଚେହେରା ମାଧ୍ୟମରେ ସର୍ବଦା ଫ୍ୟାନ୍ସଙ୍କୁ ତାଙ୍କ ପ୍ରତି ଆକର୍ଷିତ କରାଇଥାନ୍ତି । ଏହା ଯୋଗୁଁ ପ୍ରୟାତଃ ତାଙ୍କ ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହୋଇଥାଏ । ବର୍ତ୍ତମାନ ଇଶା ଗୁପ୍ତାଙ୍କ ଆଉ ଏକ ହଟ୍ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଇଣ୍ଟରନେଟ୍ ସେନ୍ସେସନ ଇଶା ତାଙ୍କର ଏହି ନୂଆ ଫଟୋରେ ଏକ ବିକିନି ପିନ୍ଧି ସେକ୍ସି ଦେଖାଯାଉଛନ୍ତି । ଆଶ୍ରମ ୩ ଅଭିନେତ୍ରୀ ଏହି ଫଟୋରେ ବିକିନି ପିନ୍ଧି ସେକ୍ସି ପୋଜ ଦେଉଥିବା ନଜର ଆସୁଛନ୍ତି । ସ୍ପେନରୁ ଆସିଥିବା ତାଙ୍କର ଏହି ଲଟେଷ୍ଟ ଫଟୋ ଏତେ ହଟ୍ ଯେ ଯାହାକୁ ଆପଣ ଦେଖି ପ୍ରଶଂସା କରି ରହି ପାରିବେ ନାହିଁ । ଏହି ଫଟୋରେ ସ୍ପେନର ସୂର୍ଯ୍ୟ ତାଙ୍କ ସୁବର୍ଣ୍ଣ ତ୍ୱଚାକୁ ଚମକାଉ ଥିବାବେଳେ, ଇଶା କ୍ୟାମେରା ଆଗରେ ହସୁଥିବା ନଜର ଆସୁଛନ୍ତି ।
ଏହି ଫଟୋରେ ତାଙ୍କର କୁଞ୍ଚିତ କେଶ ମୁଖମଣ୍ଡଳରେ ମଧ୍ୟ ଶୋଭାମର୍ଦନ କରୁଛି । ଅଭିନେତ୍ରୀଙ୍କ ପଛପଟେ ଥିବା ଗଛର ପତ୍ର ଗୁଡିକ ଏହି ଫଟୋକୁ ଆହୁରି ସୁନ୍ଦର କରିଛି । ଏହି ସମୟରେ ଇଶା ଖାଲି ପାଦରେ ଠିଆ ହୋଇଥିବା ନଜର ଆସୁଛନ୍ତି । ଇଶା ଗୁପ୍ତା ନିଜ ଇନଷ୍ଟାଗ୍ରାମରେ ଏହି ବିକିନି ପିନ୍ଧା ଫଟୋ ସେୟାର କରି କ୍ୟାପସନ୍ ଦେଇଛନ୍ତି, “ଏବେବି କେଉଁଠି ଗରମ ଅଛି ।”
ଇଶା ଗୁପ୍ତାଙ୍କ ଲଟେଷ୍ଟ ଫଟୋ ତାଙ୍କ ପ୍ରଶଂସକମାନଙ୍କ ହୋସ ଉଡାଇଦେଇଛି । ଅଭିନେତ୍ରୀଙ୍କ ଏହି ଫଟୋରେ କମେଣ୍ଟ ଦେଇ କିଏ ନିଆଁର ଇମୋଜୀ ଦେଉଛି ତ ଆଉ କେହି ହାର୍ଟ ଇମୋଜି ଦେଉଛି । ଜଣେ ୟୁଜର ଏହି ଫଟୋରେ କମେଣ୍ଟ ଦେଇ ଲେଖିଛନ୍ତି, ମୁଁ ଦୁନିଆର ସାତୋଟି ଚମତ୍କାର ବିଷୟରେ ଶୁଣିଛି ଓ ଅଷ୍ଟମ ଚମତ୍କାର ପ୍ରକଟ ହୋଇଛି !! ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଆରେ ଆପଣ ବହୁତ ହଟ୍ । ଆଉ ଜଣେ ଜଣେ ୟୁଜର ମଧ୍ୟ ଲେଖିଛନ୍ତି, “ବ୍ରହ୍ମାଣ୍ଡ ସୁନ୍ଦରୀ” ।
