ଜାତୀୟ ସ୍ୱାସ୍ଥ୍ୟ ଆକାଉଂଟସରେ ତ୍ରୁଟି, ଆଉଟ୍ ଅଫ୍ ପକେଟ ବ୍ୟୟରେ ହ୍ରାସ ସଂକ୍ରାନ୍ତ ଖବର ଭ୍ରମାତ୍ମକ
ନୂଆଦିଲ୍ଲୀ : ଜାତୀୟ ସ୍ୱାସ୍ଥ୍ୟ ଆକାଉଂଂଟସ୍ ରେ ତ୍ରୁଟି, ବିଶେଷ କରି ଆଉଟ ଅଫ ପକେଟ୍ ବ୍ୟୟରେ ହ୍ରାସ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଖବର ତ୍ରୁଟିପୂର୍ଣ୍ଣ ଏବଂ ଭ୍ରମାତ୍ମକ । ଜାତୀୟ ସ୍ୱାସ୍ଥ୍ୟ ଆକାଉଣ୍ଟସ୍ ରିପୋର୍ଟ ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କରାଯାଇଥିବା ବ୍ୟୟ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥାଏ । ଏସବୁ ଆକଳନ ଜରୁରି କାରଣ ଏଥିରେ କେବଳ ଦେଶର ବର୍ତ୍ତମାନର ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତିଫଳିତ ହୋଇନଥାଏ, ବରଂ ଏହା ସରକାରଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ଅର୍ଥଲଗାଣ ସୂଚକାଙ୍କକୁ ଅନୁଧ୍ୟାନ କରିବାରେ ସହାୟକ ହୋଇଥାଏ ।
ନିକଟରେ ହୋଇଥିବା ଏନଏଚଏ ଆକଳନ (୨୦୧୮-୧୯)ରେ ଆଉଟ ଅଫ୍ ବ୍ୟୟ (ଓଓପିଇ)ରେ ଯଥେଷ୍ଟ ହ୍ରାସ ଦେଖା ଦେଇଛି । ନାଗରିକମାନଙ୍କର ଆର୍ôଥକ ବୋଝ ହ୍ରାସ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସୁନିଶ୍ଚିତ କରୁଛି । ଏହି ଡାଟାକୁ ଏକ ଘରୋଇ ଭାରତୀୟ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ସ୍ୱାସ୍ଥ୍ୟ ଅର୍ଥନୀତିଜ୍ଞମାନଙ୍କର ଜଣେ ବିଶେଷଜ୍ଞଙ୍କ ଦ୍ୱାରା ‘‘ମୃଗତୃଷ୍ଣା’’ କୁହାଯିବା ଏବଂ ଗଣମାଧ୍ୟମର କିଛି ବର୍ଗ ତାଙ୍କ ବର୍ଗକୁ ଉଦ୍ଧୃତ କରି ଖବର ପ୍ରକାଶ କରିବା ଅନୁଚିତ ଏବଂ ଅସଙ୍ଗତ ଅଟେ ।
୨୦୧୭-୧୮ର ତଥ୍ୟ ଗୋଟିଏ ବର୍ଷର ସର୍ବେକ୍ଷଣ ଉପରେ ଆଧାରିତ ଥିବା ବେଳେ ୨୦୧୪ର ତଥ୍ୟ ଛଅ ମାସର ଅବଧିରେ କରାଯାଇଥିବା ସର୍ବେକ୍ଷଣ ଉପରେ ଆଧାରିତ ଥିଲା । ଏହାକୁ ଦୃଷ୍ଟିରେ ରଖି ଏହି ମାମଲାରେ ଋତୁକାଳୀନ ପାଣିପାଗ ବା ସିଜନାଲିଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ, ୨୦୧୭-୧୮ର ସର୍ବେକ୍ଷଣ ନିଶ୍ଚିତ ଭାବେ ବିଗତ ସର୍ବେକ୍ଷଣ ତୁଳନାରେ ଅଧିକ ମଜବୁତ ଥିଲା । ଗୋଟିଏ ପଟେ ସମାନ ବିଶେଷଜ୍ଞମାନେ ୨୦୧୪ର ତଥ୍ୟକୁ ସ୍ପଷ୍ଟ ଭାବେ ସ୍ୱୀକାର କରିଥିବା ବେଳେ, ୨୦୧୭-୧୮ର ତଥ୍ୟକୁ ‘ସନ୍ଦିଗ୍ଧ’ ବୋଲି କହିବା ନିଶ୍ଚିତ ଭାବେ ଅନୁଚିତ୍ ।ସେମାନେ ସମାଲୋଚନା କରିବା ସମୟରେ, ନିଜର ଯୁକ୍ତିକୁ ପ୍ରାଥମିକତା ଦେବା ଲାଗି ଚୟନାତ୍ମକ ଢଙ୍ଗରେ ତଥ୍ୟର ଉପଯୋଗ କରିଛନ୍ତି । ସେମାନେ ନିଜର ଦାବିକୁ ଦର୍ଶାଇବା ସମୟରେ କହିଛନ୍ତି ଯେ, ‘‘ତ୍ରୁଟି ରହିଥିବା ଲାଗୁଛି/ଅସମ୍ଭବ ଲାଗୁଛି’’, ଏହା କେବଳ କାଳ୍ପନିକ ଅସହମତି ବୋଲି ଜଣାପଡ଼ୁଛି । ଏନଏସଓ ୨୦୧୭-୧୮ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସରକାରୀ ସ୍ୱାସ୍ଥ୍ୟ ସୁବିଧା ଉପଯୋଗରେ ବୃଦ୍ଧି । ପ୍ରତିଷ୍ଠିତ ଆର୍ôଥକ ଏବଂ ରାଜନୈତିକ ସାପ୍ତାହିକ ‘ଇକୋନୋମିକ ଏଣ୍ଡ ପଲିଟିକାଲ ୱିକଲି’ରେ ଏନଏସଏସର ଏହି ରାଉଣ୍ଡ ସମ୍ପର୍କରେ ପ୍ରକାଶିତ ମୂରଲୀଧରନ ଏଟ୍ ଅଲ (୨୦୨୦)ର ଅଧ୍ୟୟନରେ କୁହାଯାଇଛି ଯେ ୨୦୧୭-୧୮ରେ ଓଓପିଇ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।
ଏନଏସଏସର ତଥ୍ୟ ଅନୁଯାୟୀ, ଶେଷ ୧୫ ଦିନରେ ଚିକିତ୍ସା ପରାମର୍ଶ ନେଇଥିବା ସରକାରୀ ସୁବିଧାର ଉପଯୋଗରେ ପାଖାପାଖି ୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଡାକ୍ତରଖାନାରେ ଭର୍ତ୍ତି ହେବା କ୍ଷେତ୍ରରେ, ଏହି ବୃଦ୍ଧି ଗ୍ରାମୀଣ କ୍ଷେତ୍ରରେ ପାଖାପାଖି ୪ ପ୍ରତିଶତ ଏବଂ ସହରାଞ୍ଚଳ କ୍ଷେତ୍ରରେ ୩ ପ୍ରତିଶତ ରହିଛି । ପ୍ରସବ ମାମଲାରେ ଗ୍ରାମୀଣ କ୍ଷେତ୍ରରେ ସରକାରୀ ସୁବିଧାର ଯୋଗଦାନରେ ୧୩ ପ୍ରତିଶତ ବୃଦ୍ଧି ଏବଂ ସହରୀ କ୍ଷେତ୍ରରେ ୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଏଥିସହିତ ଡାକ୍ତରଖାନାରେ ଭର୍ତ୍ତି ହେବା କ୍ଷେତ୍ରରେ ସରକାରୀ ସୁବିଧାରେ ହାରାହାରୀ ଚିକିତ୍ସା ବ୍ୟୟରେ ୨୦ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ସଂସ୍ଥାଗତ ପ୍ରସବ କ୍ଷେତ୍ରରେ ସହରୀ କ୍ଷେତ୍ରରେ ୯ ପ୍ରତିଶତ ଏବଂ ଗ୍ରାମୀଣ କ୍ଷେତ୍ରରେ ୧୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।
କେତେକ ବିଶେଷଜ୍ଞମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ହାରରେ ହ୍ରାସ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି, ସେମାନେ ଦାବି କରିଛନ୍ତି ଯେ ଏଥିପାଇଁ ‘‘କୌଣସି ତାର୍କିକ ସ୍ପଷ୍ଟିକରଣ ନାହିଁ’’ ବୋଲି ସେମାନେ ଜାଣିବାକୁ ପାଇଛନ୍ତି । ସେମାନେ ଯାହା ଦେଖିବା ଏବଂ ସ୍ୱୀକାର କରିବାରେ ବିଫଳ ହୋଇଛନ୍ତି ତାହା ହେଲା ଇନପେସେଣ୍ଟ ଚିକିତ୍ସାରୁ ଆଉଟ ପେସେଣ୍ଟ ଚିକିତ୍ସାରେ ଆସିଥିବା ବିଶ୍ୱସ୍ତରୀୟ ପରିବର୍ତ୍ତନ, ଏହି ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଲାଗି ଅନେକ ଦେଶ ନୀତି ପ୍ରସ୍ତୁତ କରିଛନ୍ତି । ଶେଷ ୧୫ ଦିନରେ, ଚିକିତ୍ସା ପରାମର୍ଶ ଆଧାରରେ ସ୍ୱାସ୍ଥ୍ୟ ସେବା ପାଉଥିବା ଲୋକମାନଙ୍କର ପ୍ରତିଶତ ଆଉଟପେସେଣ୍ଟ ଚାହୁଁଥିବା ଲୋକଙ୍କ ପ୍ରତିଶତ ତୁଳନାରେ କିଛି ପରିମାଣରେ ବୃଦ୍ଧି ପାଇଛି । ଏନଏସଏସର ୭୧ତମ ରାଉଣ୍ଡ ଏବଂ ଏନଏସଏସର ୭୫ତମ ରାଉଣ୍ଡ ମଧ୍ୟରେ ଚିକିତ୍ସା ପରାମର୍ଶ ଆଧାରେ ସ୍ୱାସ୍ଥ୍ୟସେବା ନେଉଥିବା ଲୋକମାନଙ୍କ ମଧ୍ୟରେ ଆଉଟପେସେଣ୍ଟ ସ୍ୱାସ୍ଥ୍ୟସେବା ଚାହୁଁଥିବା ଲୋକଙ୍କର ଭାଗ ପ୍ରାୟ ୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ବୃଦ୍ଧି ଇନ ପେସେଣ୍ଟ ସେବାରୁ ଆଉଟ ପେସେଣ୍ଟ ସେବାରେ ହୋଇଥିବା ପରିବର୍ତ୍ତନକୁ ଇଙ୍ଗିତ କରିଥାଏ ଅର୍ଥାତ୍ ଲୋକମାନେ ଇନପେସେଣ୍ଟ ସ୍ୱାସ୍ଥ୍ୟ ସେବା ପାଇବା ସ୍ଥାନରେ ଆଉଟ ପେସେଣ୍ଟ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଛନ୍ତି ।ତେଣୁ ଏନଏଚଏ ୨୦୧୮-୧୯କୁ ନେଇ ହେଉଥିବା ସମାଲୋଚନାରେ ତଥ୍ୟ ଏବଂ ଦୃଢ଼ କାରଣଗୁଡ଼ିକୁ ଅଣଦେଖା କରାଯାଇଛି ଏବଂ ଏହାକୁ ପ୍ରାମାଣିକ ସାବ୍ୟସ୍ତ କରିବାର ଦାୟିତ୍ୱ ଅନ୍ୟମାନଙ୍କ ଉପରେ ନ୍ୟସ୍ତ କରାଯାଇଛି ।ସମାଲୋଚନାକାରୀମାନେ ପୁଞ୍ଜିଗତ ବ୍ୟୟକୁ ସ୍ୱାସ୍ଥ୍ୟ ବ୍ୟୟରେ ସାମିଲ କରାଯିବାକୁ ନେଇ ସମାଲୋଚନା କରିଛନ୍ତି । ଯଦି ଆମେ ବର୍ତ୍ତମାନର ସ୍ୱାସ୍ଥ୍ୟ ବ୍ୟୟକୁ ସକଳ ଘରୋଇ ଉତ୍ପାଦ (ଜିଡିପି) ସହତ ତୁଳନା କରିବା ତା’ହେଲେ ୨୦୧୩-୧୪ରୁ ଏଥିରେ ଲଗାତାର ବୃଦ୍ଧି ଦେଖିବାକୁ ମିଳିଛି ।
ସରକାରଙ୍କ ବର୍ତ୍ତମାନର ସ୍ୱାସ୍ଥ୍ୟ ଖର୍ଚ୍ଚ ୨୦୧୩-୧୪ ରୁ ୨୦୧୭-୧୮ ମଧ୍ୟରେ ଲଗାତାର ଭାବେ ବଢ଼ିଚାଲିଛି । ଜିଡିପି ସହିତ ଏହି ଖର୍ଚ୍ଚକୁ ତୁଳନାରେ କଲେ ପୂର୍ବର ସମାନ ଅବଧି ତୁଳନାରେ ଏଥିରେ ୧୦ ପ୍ରତିଶତ ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଛି ।
