ଇପିଏଫ୍ଓର ବଡ଼ ଘୋଷଣା : ହୋଲି ପୂର୍ବରୁ କର୍ମଚାରୀମାନେ ପାଇବେ ଏହି ବଡ଼ ସୁବିଧା
ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ) ହୋଲି ପୂର୍ବରୁ ପେନସନଭୋଗୀଙ୍କୁ ଏକ ବଡ଼ ଉପହାର ଦେଇଛି । କର୍ମଚାରୀଙ୍କ ପେଭିଡେଣ୍ଟ ପାଣ୍ଠି ସଂଗଠନ କର୍ମଚାରୀଙ୍କ ପେନସନ୍ ସ୍କିମ୍ ଅଧୀନରେ ଅଧିକ ପେନସନ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଅବସର ପାଣ୍ଠି ପରିଚାଳନା କରୁଥିବା ସଂସ୍ଥା କହିଛି ଯେ ସଦସ୍ୟ ଓ ସେମାନଙ୍କ ନିଯୁକ୍ତିଦାତା ଏଥିପାଇଁ ମିଳିତ ଭାବେ ଆବେଦନ କରିପାରିବେ ।
ନଭେମ୍ବର ୨୦୨୨ ରେ, ସୁପ୍ରିମକୋର୍ଟ କର୍ମଚାରୀଙ୍କ ପେନସନ୍(ସଂଶୋଧନ) ଯୋଜନା, ୨୦୧୪ କୁ ସମର୍ଥନ କରିଥିଲେ । ଏହାପୂର୍ବରୁ, ୨୨ ଅଗଷ୍ଟ ୨୦୧୪ ର ଇପିଏସ୍ ସଂଶୋଧନ ପେନ୍ସନ୍ ଯୋଗ୍ୟ ବେତନ ସୀମାକୁ ମାସକୁ ୬,୫୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଥିଲା । ଆହୁରି ମଧ୍ୟ, ସଦସ୍ୟ ଓ ସେମାନଙ୍କର ନିଯୁକ୍ତିଦାତାମାନେ ସେମାନଙ୍କର ପ୍ରକୃତ ବେତନର ୮.୩୩ ପ୍ରତିଶତ ଇପିଏସରେ ଯୋଗଦାନ କରିବାକୁ ଅନୁମତି ପାଇଥିଲେ ।
ଇପିଏଫ୍ଓ କହିଛି ଯେ ଏକ ସୁବିଧା ଦିଆଯିବ, ଯେଉଁଥି ପାଇଁ ଶୀଘ୍ର ଯୁଆରଏଲ (ୟୁନିକ୍ ରିସୋର୍ସ ଲୋକେସନ) କୁ କୁହାଯିବ । ଏହା ପାଇବା ପରେ ଆଞ୍ଚଳିକ ପିଏଫ୍ କମିଶନର ବ୍ୟାପକ ସୂଚନା ପାଇଁ ନୋଟିସ୍ ବୋର୍ଡ ଏବଂ ବ୍ୟାନର ମାଧ୍ୟମରେ ସୂଚନା ଦେବେ । ଆଦେଶ ଅନୁଯାୟୀ, ପ୍ରତ୍ୟେକ ଆବେଦନ ପଞ୍ଜୀକୃତ ହେବ, ଡିଜିଟାଲ୍ ଲଗ୍ ହେବ ଓ ଆବେଦନକାରୀଙ୍କୁ ଏକ ରସିଦ ନମ୍ବର ଦିଆଯିବ ।
ଏହାସହ ଏଥିରେ ଦର୍ଶାଯାଇଛି ଯେ ସମ୍ପୃକ୍ତ ଆଞ୍ଚଳିକ ପ୍ରୋଭିଡେଣ୍ଟ ଫଣ୍ଡ କାର୍ଯ୍ୟାଳୟର ଅଫିସର୍-ଇନ୍-ଚାର୍ଜ ଅଧିକ ବେତନ ଉପରେ ମିଳିତ ବିକଳ୍ପର ପ୍ରତ୍ୟେକ ମାମଲା ଯାଞ୍ଚ କରିବେ । ଏହା ପରେ ଆବେଦନକାରୀଙ୍କୁ ଇ-ମେଲ / ପୋଷ୍ଟ ଏବଂ ପରେ ଏସଏମଏସ ମାଧ୍ୟମରେ ନିଷ୍ପତ୍ତି ବିଷୟରେ ଅବଗତ କରାଯିବ । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ୪ ନଭେମ୍ବର ୨୦୨୨ ତାରିଖର ନିର୍ଦ୍ଦେଶ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଉଛି ।
