ଲଣ୍ଡନରେ ହିନ୍ଦୁ ମନ୍ଦିର ସମ୍ମୁଖରେ ହଙ୍ଗାମା; ଶୁଭିଲା ‘ଅଲାହୁ ଅକବର’ ନାରା
ଲଣ୍ଡନ : ଇଂଲଣ୍ଡ ୱେଷ୍ଟ୍ ମିଡଲ୍ୟାଣ୍ଡସ୍ ଅନ୍ତର୍ଗତ ସ୍ମେଥଉଇକ୍ରେ ସହରରେ ଥିବା ହିନ୍ଦୁ ମନ୍ଦିର ସମ୍ମୁଖରେ କିଛି ସଂଖ୍ୟାଲଘୁ ଗୋଷ୍ଠୀ ବିକ୍ଷୋଭ ପ୍ରଦର୍ଶନ କରିଥିବା । ପାଖାପାଖି ୨୦୦ ସଂଖ୍ୟାଲଘୁ ଲୋକ ଏକାଠି ହୋଇ ମନ୍ଦିର ଆଗରେ ନାରାବାଜି କରିଛନ୍ତି। ଏହି ସମୟରେ ‘ଆହ୍ଲା ହୋ ଆକବର’ ନାରା ପଡ଼ିଥିଲା। ତେବେ ସେଠାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀ ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ବିକ୍ଷୋଭକାରୀମାନେ ଜବରଦସ୍ତ ମନ୍ଦିର ପାଚେରୀ ଉପରେ ଚଢ଼ି ଭିତରୁ ପ୍ରବେଶ ପାଇଁ ଉଦ୍ୟମ କରିଥିବା ଦେଖାଯାଇଛି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ‘ଆପନା ମୁସଲିମ’ ନାମକ ଏକ ସୋଶାଲ ମିଡିଆ ଆକାଉଣ୍ଟରୁ ଦୁର୍ଗାଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପାଇଁ ଡାକରା ଦିଆଯାଇଥିଲା। ଗତ ଅଗଷ୍ଟରେ ଭାରତ-ପାକିସ୍ତାନ ମ୍ୟାଚ୍ ପରେ ଇଂଲଣ୍ଡ ଲେସିଷ୍ଟେରରେ ହିନ୍ଦୁ-ମୁସଲିମ କ୍ରିକେଟ ଫ୍ୟାନ୍ମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀ ପରସ୍ପପରକୁ ଆକ୍ଷେପ-ପ୍ରତି ଆକ୍ଷେପ କରିଥିଲେ। ଏହା ପରେ ସହରରେ ଥିବା କିଛି ହିନ୍ଦୁ ମନ୍ଦିରକୁ ମଧ୍ୟ ଭଙ୍ଗାଯାଇ ଥିବ ସୂଚନା ମିଳିଛି। ସେହିପରି ମନ୍ଦିରେ ଲାଗିଥିବା ପତାକାକୁ କାଢ଼ି ନିଆଯାଇଛି। ସ୍ଥାନୀୟ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇଛି।
ସୂଚନା ଯେ, ଗତ ଅଗଷ୍ଟ ଶେଷରେ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ହାର-ଜିତକୁ ନେଇ ଉଭୟ ହିନ୍ଦୁ ଏବଂ ମୁସଲମାନ ଗୋଷ୍ଠୀଙ୍କ ମଧ୍ୟରେ କମେଣ୍ଟ ମରାମରି ହୋଇଥିଲେ। ପରବର୍ତ୍ତୀ ସମୟରେ ଏହା ତୀବ୍ର ରୂପ ଧାରଣ କରଥିଲା। ଲଣ୍ଡନରେ ହିନ୍ଦୁ ମନ୍ଦିର ଭଙ୍ଗାଯିବା ନେଇ ବ୍ରିଟେନରେ ଥିବା ଭାରତୀୟ ହାଇକମିଶନର ତୀବ୍ର ନିନ୍ଦା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ଜଡ଼ିତଥିବା ୪୭ ଜଣଙ୍କକୁ ଗିରଫ କରାଯାଇଛି।
