ତେଲେଙ୍ଗାନା-ଛତିଶଗଡ ସୀମାରେ ଏନକାଉଣ୍ଟର : ୬ ମାଓବାଦୀ ନିହତ
ହାଇଦ୍ରାବାଦ : ପୁଣି ସାମ୍ନାକୁ ଆସିଲା ପୋଲିସ-ମାଓବାଦୀ ମୁହାଁମୁହିଁ ଘଟଣା । ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ତେବେ ଏହି ଏନକାଉଣ୍ଟରରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ଜବତ ହୋଇଛି ।
ତେଲେଙ୍ଗାନା କିସ୍ତାରମ ଅଞ୍ଚଳରେ ସିଆରପିଏଫ ଯବାନ, ତେଲେଙ୍ଗାନା ପୁଲିସ ଓ ଛତିଶଗଡ ପୋଲିସର ମିଳିତ ଅପରେସନ ଆରମ୍ଭ ହୋଇଥିଲା। କୋତ୍ତାଗୁଡମ ଏସପି ସୁନିଲ ଦତ୍ତ ଅପରେସନରେ ସାମିଲ ଥିଲେ। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜୋରଦାର ଥିବା ସୂଚନା ଦେଇଛନ୍ତି ଏସପି ସୁନୀଲ ଦତ୍ତ।
