ସୁକୁମାରେ ଏନକାଉଣ୍ଟର, ୨ ମାଓବାଦୀ ମୃତ
ମାଲକାନଗିରି : ଡିଆରଜି ଜବାନଙ୍କୁ ବଡ଼ ସଫଳତା । ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଗୁଳିବିନିମୟରେ ବର୍ତ୍ତମାନ ସୁଦ୍ଧା ଦୁଇ ମାଓବାଦୀ ମୃତ । ମୃତକଙ୍କ ମଧ୍ୟରେ ଜଣେ ଏସିଏମ୍ କାବାସୀ ହୁଙ୍ଗା ଥିବାବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ । ସେହିପରି ଘଟଣାସ୍ଥଲୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
କୋଣ୍ଟା ଥାନା ଅନ୍ତର୍ଗତ ମୋମପାଡ ଜଙ୍ଗଲରେ ମାଓବାଦୀ ଏକ କ୍ୟାମ୍ପ୍ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏନେଇ ଡିଆରଜି ବାହିନୀର ଜବାନମାନେ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଉଭୟ ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ପରେ ଘଟଣାସ୍ଥଳରୁ ନକ୍ସଲମାନେ ପଳାୟନ କରିବା ପରେ ସେଠାରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ବର୍ତ୍ତମାନ ସୁଦ୍ଧା ଜଣେ ୨ ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ଆଉ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୁକମା ଏସ୍ପି ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
