ଶ୍ରୀନଗରରେ ଏନକାଉଣ୍ଟର : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ
ଶ୍ରୀନଗର: ଶ୍ରୀନଗରରେ ଏନକାଉଣ୍ଟର । କାଶ୍ମୀରରେ ଜାରି ରହିଥିବା ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ପୁଣି ୩ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଆଜି ଶ୍ରୀନଗର ନିକଟବର୍ତ୍ତୀ ରାମବାଗରେ ଜାରି ରହିଥିବା ସର୍ଚ୍ଚ ଅପରେସନବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ୩ ଆତଙ୍କୀଙ୍କୁ ନିପାତ କରିବାରେ ସଫଳତା ପାଇଛି ସୁରକ୍ଷା ବଳ ।
ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୁରକ୍ଷାବଳ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେବ ଆତଙ୍କବାଦୀ ନିରୋଧି ଅଭିଯାନ କୁ ଜୋରଦାର କରାଯାଇଥିବା ବେଳେ ଗୁଇନ୍ଦା ସୁଚନା ଆଧାରରେ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରୁଛି ସୁରକ୍ଷା ବଳ। ଗତ କିଛି ଦିନ ମଧ୍ୟରେ ସୁରକ୍ଷାବଳକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି ।
