ମୋଛୱାରେ ଏନ୍କାଉଣ୍ଟର : ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେଶନ ଜାରି
ଶ୍ରୀନଗର : ଜାମ୍ମୁ-କାଶ୍ମୀର ମୋଛୱା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟର। ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ସୁରକ୍ଷା ବାହିନୀ ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଏ ସର୍ଚ୍ଚ ଅପରେସନ ଜାରି ରହିଛି । ମ୍ମୁ କଶ୍ମୀର ପୋଲିସ ଘଟଣାସ୍ଥଳରୁ ଏକ ଏକେ ୪୭ ରାଇଫଲ ଓ ପିସ୍ତଲ ଜବତ କରିଛି । ତେବେ ନିହତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ । ଅଧିକ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବାର ଆଶଙ୍କା କରାଯାଉଛି।
Jammu and Kashmir | An encounter has started at Mochwa area of Budgam. Police and security forces are on the job. Further details shall follow: Kashmir Zone Police
— ANI (@ANI) August 6, 2021
ସୂଚନା ଯେ, ସୀମା ନିକଟବର୍ତ୍ତୀ ଜାମ୍ମ-କାଶ୍ମୀର ମୋଛୱା ସେକ୍ଟରରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସେନା ଖବର ପାଇଥିଲା। ଏହାପରେ ଯବାନ ମାନେ ନିଜର ଅପରେସନ ଆରମ୍ଭ କରିଥିଲେ। ସେନା ପକ୍ଷରୁ ଚାରିପଟେ ଘେରାଉକୁ ଦେଖି ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସେନାବାହିନୀ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିଚାଳନା ଚାଲୁରହିଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ଉକ୍ତ ଅଞ୍ଚଳରେ ଅଧିକ ଆତଙ୍କବାଦୀ ଲୁଚି ରହିଥିବାର ସନ୍ଦେହ କରି ପୁରା ଅଞ୍ଚଳରୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଏନ୍କାଉଣ୍ଟର ପରେ ଘଟଣାସ୍ଥଳରୁ ଗୋଟିଏ ଏକେ- ୪୭ ସହ ବନ୍ଧୁକ ଜବତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି ।
