ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର
ଭୁବନେଶ୍ବର : ଗ୍ୟାଙ୍ଗଷ୍ଟାର ସେକ ହାଇଦରକୁ ଏନକାଉଣ୍ଟର। ଚୌଦ୍ୱାର ଜେଲ୍ରୁ ବାରିପଦା ନିଆଯାଉଥିବାବେଳେ ଏନକାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ଚୌଦ୍ୱାର ଜେଲ୍ରୁ ବାରିପଦା ନେବା ବାଟରେ ଖସି ପଳାଇବାକୁ ଉଦ୍ୟମ କରୁଥିଲବା ସମୟରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡିଛି । ଏହି ସମୟରେ ପୋଲିସ୍ ତା ଉପରକୁ ଗୁଳି ଚଳାଇଥିଲା। ଗୋଡ଼ ଏବଂ ପେଟରେ ଗୁଳି ବାଜିବା ସହ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତ ହାଇଦରକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ପୂର୍ବରୁ ଥରେ ହାଇଦର୍ ପୋଲିସ୍କୁ ଚକ୍ମା ଦେଇ ଖସି ପଳାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବିରୁ ଗତ ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ କମିସନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ ତେଲେଙ୍ଗାନାରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା । ହାଇଦରକୁ ଓଡିଶା ଅଣାଯାଇ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ଜେଏମଏଫସି କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଏହା ସହିତ ହାଇଦରକୁ ଫେରାର କରାଇବା ଘଟଣାରେ ଗିରଫ ହୋଇଥିବା ୨ ଯୁବକ ଏବଂ ଜଣେ ଯୁବତୀକୁ ପୋଲିସ ଗିରଫ କରିଥିଲା ।
