ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ
କଟକ : ବିଶିଷ୍ଟ କଣ୍ଠଶିଳ୍ପୀ ବାସୁଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ କଟକ ସାହେବଜାଦା ବଜାର ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ସଂଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଣ୍ଠଶିଳ୍ପୀ ପୂର୍ଣ୍ଣେନ୍ଦୁ ପ୍ରଧାନ (ରାଜେଶ କୁମାର), ଅଜିତ୍ କୁମାର ତ୍ରିପାଠୀ, ଅଲେଖ ମହାପାତ୍ର, ଚୈତନ୍ୟ କୁମାର ନାୟକ, ଆଶିଷ କୁମାର ଦାସ, ଧ୍ରୁବଚରଣ କଣ୍ଠ, ବିକାଶ ମହାପାତ୍ର, ମାନସୀ ନାୟକ ପ୍ରମୁଖ ଯୋଗ ଦେଇ ଓଡ଼ିଆ ସଂଗୀତକୁ ଶୀର୍ଷରେ ପହାଂଇବାରେ ବାସୁଦେବ ରଥଙ୍କ ଉଦ୍ୟମ ପ୍ରଶଂସନୀୟ । ଚଳଚ୍ଚିତ୍ର ଓ କ୍ୟାସେଟ୍ ଜଗତରେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିଲା । ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଲେ, ବାସୁଦେବ ରଥ ଭାରତୀୟ ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ ସଂଗୀତ ସଂଯୋଜନା କରିବା ସହିତ ଆମ ସଂଗୀତ ଶିଳ୍ପର ବିକାଶରେ ବ୍ରତୀ ହୋଇଥିଲେ । ଆଧୁନିକ ସଂଗୀତକୁ ଏକ ସ୍ୱତନ୍ତ୍ର ଦିଶା ଦେଖେଇବା ଓ କଣ୍ଠଶିଳ୍ପୀ ସୃଷ୍ଟି କରିବାରେ ତାଙ୍କର ଭୂମିକା ପ୍ରଶଂସନୀୟ ବୋଲି ମତ ଦେଇଥିଲେ । ବାସୁଦେବଙ୍କ ସଂଗୀତରୁ ମହେଶ୍ୱତା ନାୟକ ଗୀତ ପରିବେଷଣ କରିଥିଲେ । ରଂଜିତା ମହାପାତ୍ର ଧନ୍ୟବାଦ ଦେଇଥିଲେ ।
