ତାମିଲନାଡ଼ୁରେ କାର ଘାଟିରେ ଖସିବା ଯୋଗୁଁ ଆଠ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ
ଚେତ୍ରଇ : ତାମିଲନାଡ଼ୁର ଥେନୀ ଜିଲ୍ଲାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଆଠ ଜଣ ତୀର୍ଥୀଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏମାନେ ସମସ୍ତେ ଗୋଟିଏ କାରରେ ଥିଲେ । ସବରୀମାଲାର ତୀର୍ଥଯାତ୍ରୀଙ୍କ ଠୁ ନେଇଯାଉଥିବା ଏହି କାର ନିୟନ୍ତ୍ରଣ ହରାଇ ଘାଟିରେ ଖସି ପଡ଼ିଥିଲା । ଥେନୀ ର କଲେକ୍ଟର କେ ବି ମୂରଲୀଧରନ ଏହା କହିଛନ୍ତି । କଲେକ୍ଟରଙ୍କ କହିବା ଅନୁଯାୟୀ ଏହି ଦୁର୍ଘଟଣା କେରଳ ତାମିଲନାଡ଼ୁ ସୀମା ଅନ୍ତର୍ଗତ ଇଡ଼ବକୀର କୁମିଲିରେ ଘଟିଛି । ଏହି କାର ନିୟନ୍ତ୍ରଣ ହରାଇ ୪୦ ଫୁଟ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।
