ଆଫଗାନିସ୍ତାନରେ ଫଶି ରହିଥିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଆଣିବାକୁ ପ୍ରୟାସ ଜାରୀ : ଅନୁରାଗ ଠାକୁର
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଫଶି ରହିଥିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଯଥା ସମ୍ଭବ ପ୍ରୟାସ ଜାରୀ ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଆଜି ଏହି କଥାକୁ ପୁଣି ଥରେ ଦୋହରାଇବା ସହ କହିଛନ୍ତି ଯେ, ସେଠାରେ ଫଶି ରହିଥିବା ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ସରକାର ପ୍ରୟାସ ଚଳାଇଛନ୍ତି । ବର୍ତମାନ ସୁଦ୍ଧା ଅନେକ ଲୋକଙ୍କୁ ଭାରତ ଫେରାଇ ଅଣାଯାଇଛି ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ଏନେଇ ସମସ୍ତ ରାଜନୈତିକ ଦଳଙ୍କୁ ଡ଼କାଇ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି । ଭାରତ ସରକାର ଆଫଗାନିସ୍ତାନରେ ଫଶି ରହିଥିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଯଥା ସମ୍ଭବ ପ୍ରୟାସ ଜାରୀ ରଖିଛନ୍ତି ।
