ସାମାଜିକ ସଂଗଠନ ‘ଆଶା’ ପକ୍ଷରୁ ବସ୍ତି ପିଲାଙ୍କୁ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ
କଟକ : କଟକ ସହରର ତୁଳସୀପୁରଠାରେ ଥିବା ସାମାଜିକ ସଂଗଠନ ‘ଆଶା’ ପକ୍ଷରୁ ଏକ ହେଲ୍ପ ଫର୍ ଏଜୁକେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗରିବ ପରିବାର ପିଲାମାନଙ୍କୁ ବଳକା ସମୟରେ ମାଗଣା ଟ୍ୟୁସନ୍ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ତୁଳସୀପୁରଠାରେ ଥିବା କାର୍ଯ୍ୟାଳୟରେ ପ୍ରତ୍ୟେକ ଦିନ ଛୋଟ ଛୋଟ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇ ସେମାନଙ୍କର ସ୍କୁଲ ପାଠରେ ଉନ୍ନତି ପାଇଁ ପ୍ରୟାସ କରାଯାଉଛି । ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ବସ୍ତି ଅଂଚଳରେ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କରାଯିବା ସହିତ କରୋନା ସମୟରେ ମାସ୍କ, ସାନିଟାଇଜର ବିତରଣ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ସଂଗଠନ ଦ୍ୱାରା ବିଭିନ୍ନ ସମୟରେ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କରାଯାଉଥିବା ନେଇ ଅନୁଷ୍ଠାନର ସଭାପତି ଲିପନ କୁମାର ଦାସ, ସଂପାଦକ ନିତ୍ୟ ସୁନ୍ଦର ନାୟକ ଏବଂ ସହଯୋଗୀ ସୋଲାବାବୁ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।
