ଶୀତ ଦିନେ ଖାଆନ୍ତୁ ଏହି ଡ୍ରାଏ ଫ୍ରୁଟ୍ସ, ସ୍କିନ ଉପରେ ପଡ଼ିବନି କୁପ୍ରଭାବ
ଡ୍ରାଏ ଫ୍ରୁଟ୍ସ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଏହା ଶରୀର ପାଇଁ ବେଶ ହିତକର। ଓଜନ କମାଇବାରେ ହେଉ କି ସେ ଶରୀରକୁ ଶକ୍ତି ଯୋଗାଇବାରେ ହେଉ, ଏହା ରାମବଣ ପରି କାର୍ଯ୍ୟ କରିଥାଏ । ଆଜିକାଲି ଅଧିକାଂଶ ଲୋକେ ସାଧାରଣତଃ ନିଜ ବ୍ରେକଫାଷ୍ଟରେ ଡ୍ରାଏ ଫ୍ରୁଟ୍ସ କୁ ମଧ୍ୟ ସାମିଲ କରିଥାନ୍ତି। ଅଳ୍ପ ସମୟ ମଧ୍ୟରେ ଖାଲି ପେଟକୁ ପୂର୍ଣ୍ଣ କରିବା ପାଇଁ ଡ୍ରାଏ ଫ୍ରୁଟ୍ସ ହେଉଛି ସର୍ବୋତ୍ତମ । ଥଣ୍ଡା ଏବଂ କାଶ ଯୋଗୁଁ ହେଉଥିବା ଅସୁବିଧାକୁ ଦୂର କରିବାରେ ଡ୍ରାଏଫ୍ରୁର୍ଟ ଭଲ କାମ କରେ। ଶୀତଦିନେ ଏହା ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
ଶୀତଦିନେ ଡ୍ରାଏ ଫ୍ରୁଟ୍ସ ଖାଇଲେ ଏହା ଆପଣଙ୍କୁ ସୁ୍ସ୍ଥ ରଖିବା ସହ ଗରମ ରଖିଥାଏ । ଏହି ଡ୍ରାଏ ଫ୍ରୁଟ୍ସ ଆପଣଙ୍କୁ କେବଳ ଶକ୍ତି ଯୋଗାଇ ନ ଥାଏ ବରଂ ଆପଣଙ୍କ ସନ୍ତୁଳିତ ଖାଦ୍ୟକୁ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ଏହା ଆପଣଙ୍କ ଚର୍ମ ଏବଂ କେଶକୁ ମଧ୍ୟ ସୁସ୍ଥ ରଖେ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପଲିଫେନୋଲ ସମୃଦ୍ଧ ଡ୍ରାଏ ଫ୍ରୁଟ୍ସ ଆଣ୍ଟି-ଇନ୍ଫ୍ଲାମେଟୋରୀ ପ୍ରଭାବ ଦେଖାଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଡ୍ରାଏ ଫ୍ରୁଟ୍ସରେ ଚିନି ଏବଂ କ୍ୟାଲୋରୀ ମଧ୍ୟ ଅଧିକ ଥାଏ । ପରାମର୍ଶ ଦିଆଯାଇଛି ଯେ ମଧୁମେହ ରୋଗୀମାନେ ଏହାକୁ ଖାଇବା ଉଚିତ୍ ନୁହେଁ ,କାରଣ ସେମାନେ ଏସବୁ ଖାଇଲେ ଓଜନ ବୃଦ୍ଧି ହେବା ସହ ଏବଂ ଗ୍ୟାଷ୍ଟ୍ରିକ୍ ସମସ୍ୟା ଦେଖାଦେଇଥାଏ । ଏହାଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇପାରେ ।
ଅଖରୋଟ୍ କିଛି ରୋଗ ପାଇଁ ରାମବାଣ ପରି କାମ କରେ । ଏକ ଅନୁସନ୍ଧାନରୁ ଜଣା ପଡିଛି ଯେ, ଅଖରୋଟ ଖାଇବା ଦ୍ବାରା, କର୍କଟ, ମୋଟାପଣ, ମଧୁମେହ, ଓଜନ ହ୍ରାସ, ସ୍କୃତି ଶକ୍ତି, ଏବଂ ପ୍ରଜନନ ସମସ୍ୟା ଭଳି ହେବାର ଆଶଙ୍କା କମ ଥାଏ । ବାଦାମ କୋଲେଷ୍ଟ୍ରଲ ସ୍ତରକୁ କମ୍ କରିବାରେ ସହାୟକ ହୋଇଥାଏ । ନିଦ୍ରା ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । କିସମିସ ମଧ୍ୟ ଶରୀରର ପାଇଁ ବେଶ ହିତକର । ଯଦି ଆପଣ କେଶ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ପ୍ରତିଦିନ ଆପଣ କିଛି ପରିମାଣରେ କଳା କିସମିସ ଖାଆନ୍ତୁ । ଏହା କେଶ ଜନିତ ଜଡିତ ଥିବା ସମସ୍ୟାକୁ ଦୂର କରିବାରେ ସହାୟକ ହେବ । ଏବଂ ସ୍କାଲଫକୁ ମଜବୁତ କରେ । ସେହିପରି କାଜୁ ବାଦାମ ମଧ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ। ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଏଥିରେ ପ୍ରଚୁର ପରିମାଣର ମିନେରାଲସ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି । ସେହିପରି ଆଲମଣ୍ତ ଶରୀରର ଇମ୍ୟୁନିର୍ଟିକୁ ଅଧିକ ଶକ୍ତି କରିଥାଏ । ସେହିପରି ପିସ୍ତାବାଦାମରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୁର ରହିଛି । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହେବା ସହ ଓଜନ ନିୟନ୍ତ୍ରଣ ଏବଂ ହଜମ ଜନିତ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରେ ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)
