ପ୍ରତିଦିନ ଖାଆନ୍ତୁ ଏହି ଡ୍ରାଏ ଫ୍ରୁଟସ, ଆପଣଙ୍କୁ ହେବନି କ୍ୟାନସର !
ଡ୍ରାଏ ଫ୍ରୁଟସ ଶରୀର ପାଇଁ ବେଶ ହିତକର । ଖାସ କରି ଶୀତଦିନ ଡ୍ରାଏ ଫ୍ରୁଟସ ଖାଇଲେ ଶରୀରକୁ ଅଧିକ ଫାଇଦା ମିଳିଥାଏ । କାଜୁ, କିସମିସ୍, ପିସ୍ତା ବାଦାମ , ଆଲମଣ୍ତ ଓ ଅଖରୋଟକୁ ଲୋକମାନେ ଅଧିକ ଖାଇଥାନ୍ତି । ଆପଣ ଜାଣିଛନ୍ତି କି କିସମିସ୍ ଖାଇବା ଦ୍ବାରା ଆପଣ କ୍ୟାନସର ଭଳି ରୋଗରୁ ବର୍ତ୍ତି ପାରିବେ । ଏ କଥା ଆମେ କହୁନୁ , ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏହା ଜଣା ପଡିଛି । ତେବେ ଆଜି ଆସନ୍ତୁ ଜାଣିବା କିସମିସର ଉପକାରିତା ବିଷୟରେ ।
କିସମିସ୍ ଦ୍ରବୀଭୂତ ଫାଇବରର ସର୍ବୋତ୍ତମ ଉତ୍ସ ଏବଂ ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଏଥିରେ ଟାଟାରିକ୍ ଏସିଡ୍ ମଧ୍ୟ ରହିଥାଏ ଯାହା ପେଟ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ ବୃଦ୍ଧିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି ଯାହା ଅନ୍ତନଳୀ କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । କିସମିସ୍ ଆଇରନ ସ୍ତରକୁ ବୃଦ୍ଧି କରିଥାଏ। ଏବଂ ହାଡକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରିଥାଏ । ପ୍ରାୟ ୩୦-୪୦ ଗ୍ରାମ କିସମିସ୍ ଗୋଟିଏ ଦିନରେ ଖାଇବା ଉଚିତ୍ ।
କିସମିସ୍ ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ :
କିସମିସ୍ ଡାଏଟାରୀ ଫାଇବରକୁ ନେଇ ଗଠିତ । ଏହା ଏକ ପ୍ରାକୃତିକ ଭାବରେ ଲକ୍ସାଟିଭ୍ ଉପାଦାନ ,ଯାହା ଅନ୍ତନଳୀରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଏହା ଆପଣଙ୍କୁ ଗ୍ୟାସ, ଫୁଲିବା, ପେଟ ଯନ୍ତ୍ରଣା, କ୍ରୋଧିତ ଅନ୍ତନଳୀ ସିଣ୍ଡ୍ରୋମ, ଫ୍ଲାଟୁଲେନ୍ସ ଇତ୍ୟାଦି ଅନ୍ୟାନ୍ୟ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ ।
ଓଜନ ବଢାଇବା ପାଇଁ ବେଶ ସହାୟକ :
ଯେଉଁମାନେ ନିଜ ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି । ସେମାନେ ପ୍ରତିଦିନ ୩୦ରୁ ୪୦ ଗ୍ରାମ କିସମିସ ନିଜ ଡାଏଟରେ ସାମିଲ କରନ୍ତୁ । କିସମିସ୍ ଶରୀରରୁ ଖରାପ କୋଲେଷ୍ଟ୍ରୋଲକୁ ବାହାର କରିବାରେ ସାହାଯ୍ୟ କରିଥାଏ ।
କର୍କଟ ରୋଗକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ :
କିସମିସରେ ଆଣ୍ଟିକାସିନୋଜେନିକ୍ ରହିଛି । କେତେକ ଅଧ୍ୟୟନ ନିଶ୍ଚିତ କରିଛି ଯେ, ପ୍ରତିଦିନ କିସମିସ ଖାଉଥିବା ଲୋକଙ୍କ ଠାରେ କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ ।
ରକ୍ତଚାପ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ :
ଡ୍ରାଏ ଫ୍ରୁଟସ କିସମିସ୍ ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣ କରିବାରେ ବେଶ ସହାୟକ ହୋଇଥାଏ । କିସମିସରେ ଅଧିକ ପୋଟାସିୟମ ଥାଏ ଯାହା ରକ୍ତ ସଞ୍ଚାଳନକୁ ସଠିକ ଭାବେ ସଞ୍ଚାଳନା କରିବାରେ ସହାୟକ ହୋଇଥାଏ । ଏବଂରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ
