ଖାଆନ୍ତୁ ଏହି ୫ଟି ପନିପରିବା, ଆଖି ପିଛୁଳାକେ କମିବ ଆପଣଙ୍କ ଓଜନ
ଶରୀରରୁ ମୋଟାପଣ ହଟାଇବା ପାଇଁ କିଏ କେତେ ପ୍ରକାର ଉପାୟ ଆପଣାଉଛନ୍ତି। ବିଶେଷ କରି ଓ୍ବାର୍କ ଆଉଟ୍, ପହଁରିବା, ଦୌଡିବା ଆଦି କଲେ ମୋଟାପଣ ରୁହେ ନାହିଁ ବୋଲି ସମସ୍ତେ କୁହଁନ୍ତି। ବର୍ତ୍ତମାନ ପେଟ ଓ ଶରୀରରେ ବୃଦ୍ଧି ପାଉଥିବା ଚର୍ବି ସଭିଁଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଓଜନ ହ୍ରାସ ପାଇଁ ବ୍ୟାୟାମ କରିବା ସହ ଅନେକ ଘରୋଇ ଉପାୟ ଆପଣାଇ ଥାଆନ୍ତି। ଜାଣନ୍ତୁ ଏଭଳି କିଛି ସହଜ ଉପାୟ , ଯାହା ଦ୍ବାରା ଆପଣ ଖୁବଶିଘ୍ର ପୋଟାପଣ କମାଇପାରିବେ।
ପାଳଙ୍ଗ ଶାଗ ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ । ୟୁଏସର ଏକ ରିପୋର୍ଟ ଅନୁଯାୟୀ , ରୋଗ ନିୟନ୍ତ୍ରଣ ଓ ରୋଗ ପ୍ରତିରୋଧକ ଶକ୍ତି ପାଳଙ୍ଗରେ ପ୍ରଚୁର ପରିମାଣରେ ରହିଛି । ପାଳଙ୍ଗ ଶାଗ ଖାଇଲେ ପୁରୁଣା ରୋଗର ଆଶଙ୍କା ଶରୀରରେ କମ୍ ରହିଥିବା ବେଳେ ଏଥିରେ ମଧୁମେହ ଟାଇପ୍-୨ ରୋଗର ଆଶଙ୍କା କମ୍ ଥାଏ । ମଧୁମେହ, କର୍କଟ ଓ ହୃହରୋଗ ଭଳି ରୋଗ ହେବାର ଆଶଙ୍କା ବହୁତ୍ କମ୍ ଥାଏ। ଏହାସହ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖେ । ବ୍ରୋକଲି କୋବି ଖାଇଲେ ଶରରକୁ ଅନେକ ଫାଇଦା ମିଳିଥାଏ । ଏହା ଭିଟାମିନ୍ କେ ଏବଂ କ୍ୟାଲସିୟମର ଏକ ଉତ୍ତମ ଉତ୍ସ । ଏଥିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଅଛି, ଯାହା ଶକ୍ତିଶାଳୀ ଏବଂ ସୁସ୍ଥ ହାଡ଼ ପାଇଁ ବେଶ ଜରୁରୀ । ଏଥିରେ ଅଧିକ ଫାଇବର ଥିବାରୁ ଏହା ସୁସ୍ଥ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ସ୍ପାଗେଟି ସ୍କ୍ବାର୍ସ ମଧ୍ୟ ଓଜନ ହ୍ରାସ ପାଇଁ ରାମବାଣ ପରି କାର୍ଯ୍ୟ କରେ । ଏହାକୁ ଗରମ ପାଣି ସହିତ ଆପଣ ଏହାକୁ ସେବନ କରିପାରିବେ। ଗୋଟିଏ କପ ସ୍କ୍ବାର୍ସରେ ୪୨ କ୍ୟାଲୋରୀ ଥାଏ ,ଯାହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ଏହାକୁ ଖାଇବା ଦ୍ବାରା ଆପଣଙ୍କୁ ଏନର୍ଜି ମିଳିବା ସହ ଅଧିକସମୟ ଭୋଗ ମଧ୍ୟ ଲାଗେ ନାହିଁ । ପାରମ୍ପାରିକ ସ୍ପାଗେଟି ପାଇଁ ଏହା ମଧ୍ୟ ଏକ ଆଦର୍ଶ ନିମ୍ନ-କ୍ୟାଲୋରୀ ବିକଳ୍ପ ।
ସେହିପରି ବ୍ରସଲ୍ସ ସ୍ପାଉଟ୍ ମଧ୍ୟ ଆଉ ଏକ ପରିବା । ଯାହାକୁ ଆପଣ ଖାଇବା ଦ୍ବାରା ଆପଣଙ୍କ ଶରୀରରୁ ଏନର୍ଜ ମିଳିଥାଏ। ଏଥିରେ କ୍ୟାଲୋରୀରେ କମ୍ ରହିଛି । ଏବଂ ଏଗୁଡିକ ଖାଇବା ପରେ ଆପଣଙ୍କୁ କମ୍ ଭୋକ ଲାଗିବ । ଏହା ଆପଣଙ୍କୁ ପତଳା କରିବା ସହିତ ବ୍ରେଷ୍ଟ କ୍ୟାନସର, ପେଟ, ଫୁସଫୁସ ଓ କିଡନୀ କ୍ୟାନସରର ଭୟ କମ୍ ରହିବ । ସେହିପରି ଗ୍ରୀନମଟର ସୁସ୍ଥ ଶରୀର ପାଇଁ ଆବଶ୍ୟକ । ଗ୍ରୀନ୍ ମଟର ଭିଟାମିନ୍ ସି ଏବଂ ଇ, ଜିଙ୍କ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ ହୋଇଥିବାରୁ ଏହା ଆପଣଙ୍କ ରୋଗପ୍ରତିରୋଧ ଶକ୍ତିକୁ ବଢାଇବା ସହିତ ଇମ୍ୟୁନିଟି ସିଣ୍ଟମକୁ ମଜବୁତ ରଖେ। ଏହି ପରିବା ଗୁଡିକ ଆପଣଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହିତ ସୁସ୍ଥ ମଧ୍ୟ ରଖିଥାଏ । ଅଧିକନ୍ତୁ, ଉଚ୍ଚ ଫାଇବର ଯୁକ୍ତ ପରିବା ଆପଣଙ୍କୁ ଏକ ସୁସ୍ଥ ଜୀବନଯାପନ କରିବା ପାଇଁ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଦେଇଥାଏ ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)
