ଆର୍ଥ ଆୱାର ପାଳନ : ଘଂଟାକ ଲାଗି ଅନ୍ଧାରରେ ସାରା ବିଶ୍ୱ
The Sydney Opera House and the Sydney Harbour Bridge are seen with their lights switched off during Earth Hour in Sydney on March 27, 2021. (Photo by Steven Saphore / AFP) (Photo by STEVEN SAPHORE/AFP via Getty Images)
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଶନିବାର ଆର୍ଥ ଆୱାର ପାଳନ କରାଯାଇଛି । ପ୍ରକୃତି ଓ ଗ୍ରହଙ୍କ ସମର୍ଥନରେ ବିଶ୍ୱବାସୀ ପୁରା ଘଂଟାକ ଲାଗି ବିଦ୍ୟୁତ ବ୍ୟବହାର ବନ୍ଦ କରିଛନ୍ତି । ଏଥିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଆର୍ଥ ଆୱାର-୨୦୨୨ ପାଳିତ ହୋଇଛି । ଏହି ସମୟରେ ରାଷ୍ଟ୍ରପତି ଭବନ, ଇଣ୍ଡିଆଗେଟ୍ ସମେତ ସମଗ୍ର ରାଜଧାନୀରେ ବିଦ୍ୟୁତ ଆଲୋକ ଲିଭାଇ ଦିଆଯାଇଥିଲା । ସେପଟେ ବୃହନ୍ମୁମ୍ବାଇ ନଗରନିଗମ (ବିଏମସି) ଭବନର ସମସ୍ତ ଆଲୋକ ଲିଭାଯାଇଛି ।
ପ୍ରତ୍ୟେକ ବର୍ଷ ଆର୍ଥ ଆୱାର ପାଳିତ ହେଉଛି । ତେବେ ଚଳିତବର୍ଷ ସମୟ ରାତି ସାଢ଼େ ୮ରୁ ସାଢେ ୯ ପର୍ଯ୍ୟନ୍ତ ଆର୍ଥ ଆୱାର ପାଳିତ ହୋଇଛି । ପ୍ରତିବର୍ଷ ମାର୍ଚ୍ଚମାସର ଶେଷ ଶନିବାରକୁ ଆର୍ଥ ଆୱାର ପାଳିତ ହୁଏ । ଆର୍ଥ ଆୱାର ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ ହେଉଥିବା ଶକ୍ତି ଖର୍ଚ୍ଚ ଘଂଟାକ ଲାଗି ବଂଚାଇବା । ପ୍ରକୃତିର ସୁରକ୍ଷା ଓ ଜଳବାୟୁ ପରିବର୍ତନ ସମେତ ଶତତ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଏହି ଦିନଟି ପାଳିତ ହୋଇଥାଏ । ଆର୍ଥଆୱାର ପାଳନ ଲାଗି ଘଂଟାକ ଲାଗି ରାଷ୍ଟ୍ରପତି ଭବନର ସମସ୍ତ ଆଲୋକ ଲିଭାଇ ଦିଆଯାଇଥିଲା । ବିଦ୍ୟୁତ ଆଲୋକରେ ସବୁଦିନ ଝଲମଲ କରୁଥିବା ଇଣ୍ଡିଆ ଗେଟ୍ରେ ବି ଶନିବାର ରାତି ନିଷ୍ପ୍ରଭ ଥିଲା । ରାଜଧାନୀ ଦିଲ୍ଲୀ ବାସୀ ନିଜନିଜ ଘରର ଆଲୋକ ଲିଭାଇ ବିଶ୍ୱଲାଗି ଘଂଟାଟିଏ ପାରମ୍ପରିକ ଆଲୋକରେ ନିଜକୁ ଆଲୋକିତ କରିଥିଲେ । ଏ ବାବଦେ ଘଂଟକର ଶକ୍ତି ସଂଚୟ କରିଛନ୍ତି । କେବଳ ଜାତୀୟ ରାଜଧାନୀ ଦିଲ୍ଲୀ ନୁହେଁ ଦେଶର ବିଭିନ୍ନ ସହର ଓ ଗ୍ରାମାଂଚଳରେ ମଧ୍ୟ ଲୋକେ ଆର୍ଥ ଆୱାର ପାଳନ କରିଛନ୍ତି ।
