ବାଣ ଗୋଦାମରେ ନିଆଁ : ବିସ୍ଫୋରଣ ଘଟି ୫ ମୃତ, ୧୦ରୁ ଅଧିକ ଗୁରୁତର
ତାମିଲନାଡୁ : ବାଣ ଗୋଦାମରେ ନିଆଁ । ପରେ ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଏପରି ଏକ ଘଟଣା ତାମିଲନାଡୁର କାଲାକୁରୁଚି ଜିଲା ସଙ୍କରପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଘଟିଛି ।
ବିସ୍ଫୋରଣର ଏକ ଭିଡ଼ଓ ସାମ୍ନାକୁ ଆସିଛି । ଯେଉଁଥିରେ ବାଣ ଫୁଟିବାର ଶବ୍ଧ ଶୁଣାଯିବା ସହ ଆକାଶକୁ ନିଆଁ ଉଠୁଥିବାର ଦେଖାଯାଇଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁ ପାଖ ଦୋକାନ ଗୁଡିକୁ ବ୍ୟାପିଯାଇଥିଲା । ଏହାସହ ନିକଟ ଦୋକାନରେ ଏଲପିଜି ସିଲିଣ୍ଡର ଫାଟି ଯିବାରୁ ନିଆଁକୁ ଆୟତ୍ତ କରିବା ମୁସ୍କିଲ ହୋଇପଡ଼ିଥିଲା । ଦୀପାବଳି ପୂର୍ବରୁ ବାଣ କିଣିବା ପାଇଁ ଦୋକାନରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । କାଲାକୁରୁଚି ଏବଂ ତିରୁକୋଇଲୁରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଦୁର୍ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
