ରାସ୍ତାରେ ଜଳିଗଲା ଇ-ବାଇକ, ଅଳ୍ପକେ ବର୍ତ୍ତିଲେ ଆରୋହୀ
ଭଦ୍ରକ : ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଇ-ବାଇକ । ବ୍ୟାଟେରୀ ଚାଳିତ ଗାଡିରେ ନିଆଁ ଲାଗି ଯାଇଥିବା ବେଳେ ଆରୋହୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଦେବାଶୀଷ ପଣ୍ଡା ନିକଟରେ ଏକ ଇ-ବାଇକ୍ କିଣିଥିଲେ । ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ନିଜର ନୂତନ ଗାଡିରେ ସେ ଫେରୁଥିବା ବେଳେ ହଠାତ ଧୂଆଁ ବାହାରୁଥିଲା । ଏହା ଦେଖି ଦେବାଶିଷ ଗାଡିକୁ ରଖି ଦେଇଥିଲେ । ମାତ୍ର ଗାଡି ଷ୍ଟାର୍ଟ ମାରିବା ପୂର୍ବରୁ ଗାଡିଟିରେ ନିଆଁ ଲାଗି ସଂପୂର୍ଣ ଭାବେ ପୋଡି ଯାଇଥିଲା। ଗାଡିର ମାଲିକ ତଥା ଚାଳକ ଦେବାଶିଷ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୋଟିଏ ସପ୍ତାହ ପୂର୍ବରୁ କିଣି ଥିବା ବ୍ୟାଟେରୀ ଚାଳିତ ଗାଡି ଚାଳନା ଅବସ୍ଥାରେ ପୋଡି ଯାଇଛି। ସୂଚନା ଯେ, ଇନ୍ଧନରୁ ରକ୍ଷା ତଥା ପରିବେଶ ପ୍ରଦୁଷଣରୁ ବଞ୍ଚିବା ପାଇଁ ଅନେକ ଇଲେକ୍ରିଟ୍ ବାଇକ୍ ବା ବ୍ୟାଟେରୀ ଚାଳିତ ସ୍କୁଟି ଓ ବାଇକ କିଣୁଛନ୍ତି । ଏହା ସୁରକ୍ଷିତ ବୋଲି କମ୍ପାନୀ ଦାବି କରୁଥିବା ବେଳେ ଏଭଳି ଅଘଟଣକୁ ଅଣଦେଖା କର ନ ଯାଇପାରେ ।
