ନୂଆବର୍ଷ ଭୋଜି ବେଳେ ପାଟିତୁଣ୍ଡ, ଖଣ୍ଡାରେ ଆକ୍ରମଣ କରି ଯୁବକଙ୍କୁ ବୀଭତ୍ସ ହତ୍ୟା
ଭୁବନେଶ୍ୱର : ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ନୂଆସାହିରେ ଘଟିଛି ଏହି ଘଟଣା । ଭୋଜି ବେଳେ ପାଟିତୁଣ୍ଡ । ଖଣ୍ଡାରେ ଆକ୍ରମଣ କରି ଯୁବକଙ୍କୁ ହାଣି ହତ୍ୟା କଲେ ଦୁର୍ବୁତ୍ତ । ମୃତ ବ୍ୟକ୍ତି ଜଣକ ହେଲେ ଦିପୁ ରାଉତ ।
ସୂଚନା ଯେ, ଶୁକ୍ରବାର ବିଳମ୍ବିତ ରାତିରେ ନୂଆସାହି ଅଞ୍ଚଳର କିଛି ଯୁବକ ନୂଆବର୍ଷ ଭୋଜି କରୁଥିଲେ। ସେହି ସମୟରେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ।ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା। ପରେ କପିଳେଶ୍ଵର ଅଞ୍ଚଳର କିଛି ଯୁବକ ଅତର୍କିତ ଭାବେ ଆସି ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ। ଦୁର୍ବୁତ୍ତମାନଙ୍କ ଆକ୍ରମଣରେ ଦିପୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବରପାଇ ଘଟଣାସ୍ଥଳରେ ଏୟାରଫିଲଡ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
