ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ୨ବଖରା ଚାଳଘର ଓ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ
କୋଣାର୍କ : କୋଣାର୍କ ଏନଏସି ଅନ୍ତର୍ଗତ ୯ନଂ ୱାର୍ଡ ବିବେକାନନ୍ଦ ସ୍କୁଲ୍ ନିକଟ ମାଉସୀମା ସାହିରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଯାହା ଫଳରେ ୨ବଖରା ଚାଳଘର ପୋଡି ପାଉଁଶ ହେବା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଯାଇଛି । ଗୋପାଳ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଓ ଦଳିତ ନେତା ପ୍ରତାପ କାଣ୍ଡିଙ୍କ ସହଯୋଗରେ ଘଟଣା ସ୍ଥଳରେ ଚମ୍ପାହାର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ପରେ କୋଣାର୍କ ଆରଆଇ ପହଞ୍ଚି ପଲିଥିନ ଯୋଗାଇ ଦେଇଛନ୍ତି । ବ୍ୟକ୍ତିଙ୍କ ପରିବାର ଗରିବ ଅସହାୟ ହୋଇଥିବାରୁ ତାଙ୍କୁ ତୁରନ୍ତ କ କ୍ଷତି ପୂରଣ ସହ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ସ୍ଥାନୀୟ କାଉନସିଲର ସୌମ୍ୟ ସୌରଭ ଦାଶ ଓ ଅନୁସୂଚିତ ଜାତି ଓ ଜନଜାତି ସଭାପତି ପ୍ରତାପ କାଣ୍ଡି ପ୍ରମୁଖ ଦାବି ଜଣାଇଛନ୍ତି ।
