ଔଷଧ ଦୋକାନି ଭଲ ଔଷଧ ବିକ୍ରି କରନ୍ତୁ-ମନ୍ତ୍ରୀ
ପୁରୀ : ଜିଲ୍ଲସ୍ତରୀୟ ଔଷଧ ବ୍ୟବସାୟୀ ସଂଘର ତ୍ରୟବାର୍ଷିକ ସାଧାରଣ ଅଧିବେଶନ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଗ୍ରାହକ ଇଶ୍ୱର । ସେମାନଙ୍କୁ ଭଲ ବ୍ୟବହାର କରିବା ସହ ଭଲ ଔଷଧ ଦେବାପାଇଁ ସଂଘକୁ ପରାମର୍ଶ ଦେଇଥିଲେ । ନିମ୍ନମାନର ଔଷଧ ବିକ୍ରି ନକରି ରୋଗୀର ଜୀବନ ପାଇଁ ଭଲ ଔଷଧ ପ୍ରଦାନ କରିବାକୁ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁବ ବିଜେଡ଼ି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଂଟିଆ ଯୋଗଦେଇ କହିଲେ ଡ଼ାକ୍ତରଙ୍କ ଔଷଧ ଚିଠା ଅନୁସାରେ ସଠିକ ଔଷଧ ଦୋକାନିମାନେ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଂଘର ସଭାପତି ସୁଜିତ ସେନଗୁପ୍ତା ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସଂଘର ସଭାପତି ପି.ସତ୍ୟନାରାୟଣ ଓ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଡ଼୍ରଗ ଇନ୍ସପେକ୍ଟର ଅଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ । ପ୍ରଥମ ଅଧିବେଶନରେ ସଂଘର କାର୍ଯ୍ୟକାରୀ ବୈଠକ ସହ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଭାପତି ଶ୍ରାମପ୍ରକାଶ ଚନ୍ଦୁକା,ସମ୍ପାଦକ ଦୀପକ ରଞ୍ଜନ ମହାନ୍ତି,କୋଷାଧ୍ୟକ୍ଷ ଭାବେ ସେକ ହରମୁତ ନିର୍ବାଚିତ ହୋଇଥିଲେ । ୨ଟି ଅଧିବେଶନରେ ଯୁବ ଉଦ୍ଘୋଷକ ଭାବେ ଶ୍ୟାମପ୍ରକାଶ ସେନାପତି ପରିଚାଳନା କରିଥିଲେ । ଏଥିରେ ଜିଲ୍ଲାର ଶତାଧିକ ଔଷଧ ବ୍ୟବସାୟୀ ଯୋଗ ଦେଇଥିଲେ ।
