ଜେଲ ଗଲେ ନିଶା ବ୍ୟବସାୟୀ ରଜନୀକାନ୍ତ ପଟ୍ଟନାୟକ
ବ୍ରହ୍ମପୁର : ଖୋଜାପଲ୍ଲୀର କୋଟିପତି ନିଶା ବ୍ୟବସାୟୀ ରଜନୀକାନ୍ତ ପଟ୍ଟନାୟକଙ୍କ ରିମାଣ୍ଡ ଅବଧି ସରିବା ପରେ ଜେଲ୍ ଯାଇଛନ୍ତି। ପୋଲିସ ୪ ଦିନ ପାଇଁ ଆବେଦନ କରିଥିବା ବେଳେ ଏଡିଜେ ୨ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଖଲ୍ଲିକୋଟ ପୋଲିସ ରଜନୀକାନ୍ତକୁ ଦୁଇ ଦିନ କାଳ ଜେରା କରି ସୋମବାର କୋର୍ଟରେ ହାଜର କରିଥିଲେ । ଦୁଇ ଦିନ ରିମାଣ୍ଡ ଅବଧିରେ ସେ ନେଇ ବହୁ ତଥ୍ୟ ହାସଲ କରିଥିବା ବେଳେ ଆବଶ୍ୟକ ହେଲେ ପୁଣି ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି ଜଣାପଡିଛି । ରଜନୀକାନ୍ତ ଗତ ୧୦ ବର୍ଷ ଧରି ତାର ନିଶା ସାମ୍ରାଜ୍ୟ ଚଳାଇଥିବା ଗଞ୍ଜାମ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ସେ ଗତ ୩୦ ବର୍ଷରୁ ଅଧିକ ସମୟ ଧରି ଏହି ବେପାର ଚଳାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ସୂଚନା ଯେ, ଗତ ୨୧ ତାରିଖ ରାତିରେ ପୁଲିସ ରଜନୀକାନ୍ତଙ୍କ ଘରେ ଚଢ଼ଉ ବେଳେ ୩୪ କେଜି ଗଞ୍ଜେଇ, ୧୦ କେଜି ଅଫିମ ସହ ବିଡା ବିଡା ଟଙ୍କା ଓ ପୁଳା ପୁଳା ସୁନା ଗହଣା ଜବତ କରିଥିଲା । ପୁଲିସ ଟିମ୍ ଚକିତ ହୋଇଯାଇଥିଲେ । ଖଲ୍ଲିକୋଟ ଅଞ୍ଚଳର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ରଜନୀକାନ୍ତଙ୍କ ସହ ଲିଙ୍କ୍ ରହିଥିବାର ସୂଚନା ପୁଲିସ ପାଇଛି । ଆଗାମୀ ଦିନରେ ଏଥିରେ ଜଡିତ ଆଉ କିଛି ବ୍ୟକ୍ତିଙ୍କୁ ପୁଲିସ କାବୁ କରିବ ବୋଲି ଅନୁମାନ କରାଯାଉଛି । ତେବେ ଦୁଇ ଦିନ ଜେରାରେ ପୁଲିସ ଅନେକ ତଥ୍ୟ ହାସଲ କରିଥିବା ସୂଚନା ମିଳୁଛି । ଖଲ୍ଲିକୋଟ ସମେତ ଆଖପାଖ ଅଞ୍ଚଳରେ ବହୁ ନିଶା ବେପାରୀଙ୍କ ରଜନୀକାନ୍ତ ଲିଙ୍କ୍ ରହିଥିବା ନେଇ ତଥ୍ୟ ପୁଲିସକୁ ହସ୍ତଗତ ହୋଇଛି । ତାହାକୁ ଆଧାର କରି ପୁଲିସ ଖଲ୍ଲିକାଟ ସମେତ ଭେଜିପୁଟ, ଲଙ୍ଗଳେଶ୍ୱର, କୈରାଶି ଆଦି ସ୍ଥାନରୁ ନିଶା ବେପାରୀମାନଙ୍କୁ ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।
