ଅଧିକ ଲେମ୍ବୁ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସତର୍କ
ଲେମ୍ବୁ ପାଣି ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ସମସ୍ତିଙ୍କୁ ଜଣା । ଯଦି ଆପଣ ସକାଳୁ ଉଠି ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତି । ତେବେ ଓଜନ କମିବା ଆରମ୍ଭ କରେ । ଏହା ସହିତ ଲେମ୍ବୁ ଆମ ହଜମ ପ୍ରକ୍ରିୟାରେ ବହୁତ ସହାୟକ ହୋଇଥାଏ । ଯେଉଁଥିପାଇଁ ପେଟ ସହିତ ଜଡିତ ଅନେକ ସମସ୍ୟା ଦୂର ହୋଇଯାଏ । ଏହା ସତ୍ତ୍ୱେ ଯେକୌଣସି ଜିନିଷର ଅତ୍ୟଧିକ ବ୍ୟବହାର କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ ।
ଭାରତର ପ୍ରସିଦ୍ଧ ସ୍ୱାସ୍ଥ୍ୟ ବିଶେଷଜ୍ଞ” ନିଖିଲ ଭାଟ୍ସ ‘କହିଛନ୍ତି ଯେ ଲେମ୍ବୁକୁ ଅଧିକ ପରିମାଣରେ ପିଇବା ଆମ ଶରୀର ପାଇଁ ଭଲ ନୁହେଁ । ଲେମ୍ବୁ ହେଉଛି ଭିଟାମିନ୍ ସି ର ଏକ ସମୃଦ୍ଧ ଉତ୍ସ । ଯଦି ଆମ ଶରୀରରେ ଏହି ପୁଷ୍ଟିକର ସ୍ତର ବଢ଼ିଯାଏ । ତେବେ ଏହା ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରଭାବିତ କରିଥାଏ । ତେଣୁ ଅନେକ ଡାକ୍ତର ମଧ୍ୟ ସୀମିତ ପରିମାଣରେ ଏହାର ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି ।
୧. ପେଟ ଯନ୍ତ୍ରଣା :
ଭିଟାମିନ୍ ସି ର ମାତ୍ରା ବୃଦ୍ଧି ହେତୁ ପେଟର ଅମ୍ଳୀୟ କ୍ଷରଣ ବୃଦ୍ଧି ହେବାର ଭୟ ଥାଏ । କାରଣ ଏହା ଅମ୍ଳର ପରିମାଣକୁ ବଢ଼ାଇଥାଏ । ଯାହାଦ୍ୱାରା ବାନ୍ତି, ଝାଡ଼ା ଏବଂ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁ ଲୋକମାନେ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସରେ ପୀଡିତ । ସେମାନେ କମ୍ ଲେମ୍ବୁ ଖାଇବା ଉଚିତ୍ ।
୨. ପାଟି ଘା ’ :
ଅନେକ ଥର ଲେମ୍ବୁର ବ୍ୟବହାର ପାଟିର ଦୁର୍ଗନ୍ଧ ଏବଂ ଦାନ୍ତ ସଫା କରିବା ହେତୁ କରାଯାଇଥାଏ । କିନ୍ତୁ ଯଦି ଆପଣ ଲେମ୍ବୁ ପାଣିକୁ ଅଧିକ ପିଅନ୍ତି । ତେବେ ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ଯୋଗୁଁ ପାଟିରେ କୁଣ୍ଡେଇ ହେବା, ପାଟି ପୋଡ଼ିବା ସମସ୍ୟା ଉପୁଜେ । ଏପରି କି ପାଟିରେ ଘା’ ମଧ୍ୟ ହୋଇଯାଏ ।
୩. ଦୁର୍ବଳ ଦାନ୍ତ :
ଚେଷ୍ଟା କରନ୍ତୁ ଯେବେବି ଆପଣ ଲେମ୍ବୁ ପାଣି ପିଉଛନ୍ତି । ଏକ ସ୍ଟେ୍ରା ବ୍ୟବହାର କରନ୍ତୁ । କାରଣ ଏହା ଦାନ୍ତ ସହିତ ଲେମ୍ବୁ ରସର ସମ୍ପର୍କକୁ କମ୍ କରିବ । ଏହା ଦ୍ୱାରା ଦାନ୍ତ ଶୀଘ୍ର ଦୁର୍ବଳ ହେବ ନାହିଁ ।
