ଡିଆର୍ଡିଓ ତଥ୍ୟ ଲିକ୍ ଘଟଣା : ସରିଲା ରିମାଣ୍ଡ ଅବଧି, ବାଲେଶ୍ୱର ଜେଲ ଗଲେ ୫ ଅଭିଯୁକ୍ତ
ବାଲେଶ୍ୱର : ସାତ ଦିନିଆ ରିମାଣ୍ଡ ସରିବା ପରେ ଶୁକ୍ରବାର ୫ ଅଭିଯୁକ୍ତଙ୍କୁ ନେଇ ବାଲେଶ୍ୱରରେ ପହଞ୍ôଚଛି କ୍ରାଇମ୍ ବ୍ରାଞ୍ଚ । ୫ ଅଭିଯୁକ୍ତଙ୍କୁ ବାଲେଶ୍ୱର ଏସଡିଜେଏମ କୋର୍ଟରେ ହାଜର ପରେ ପୁଣି ବାଲେଶ୍ୱର ଜେଲ ପଠାଯାଇଛି ।
ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ପାକିସ୍ତାନକୁ ପ୍ରଦାନ ଅଭିଯୋଗରେ ୪ ଜଣ ଠିକା କର୍ମଚାରୀ ସହ ଜଣେ ସ୍ଥାୟୀ ଡ୍ରାଇଭରକୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ମାମଲାକୁ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ତେବେ ଶୁକ୍ରବାର କୋର୍ଟକୁ ସ୍ଥାନାନ୍ତର ବେଳେ ଦାୟିତ୍ୱରେ ଥିବା ଅତିରିକ୍ତ କ୍ରାଇମବ୍ରାଞ୍ଚ ଏସ୍ପି ପ୍ରଶାନ୍ତ କୁମାର ବିଷୋୟୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତ ମାନଙ୍କ ନିକଟରୁ ଲାପଟପ୍ ଓ ମୋବାଇଲ ସିଜ୍ କରାଯାଇଛି । ଏବେ ରିମାଣ୍ଡ ପାଇଁ ଆମେ ଆଉ ଆବେଦନ କରିନୁ । ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିଦେଶରୁ ଦୁଇଥର ଟଙ୍କା ଆସିଛି ପ୍ରଥମ କିସ୍ତିରେ ୨୪ ହଜାର ଓ ଦ୍ୱିତୀୟ କିସ୍ତିରେ ୧୪ ହଜାର । ପାକିସ୍ଥାନୀ ଗୁଇନ୍ଦାର ମହିଳା ଏଜେଣ୍ଟ ବସନ୍ତ ବେହେରାକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ବସନ୍ତ ବେହେରା ସହ କଥା ହୋଇଥିବା ମହିଳା ଦୁବାଇର ବୋଲି ସନ୍ଦେହ କରାଯାଉଛି । ସଚିନ କୁମାର ଛେତା ମଧ୍ୟ ୩ ଜଣ ଝିଅଙ୍କ ସମ୍ପର୍କରେ ଥିଲା । ଫରେନ୍ସିକ ଅନାଲିଶିଷ ପରେ ସବୁ ସ୍ପଷ୍ଟ ହେବ । ମହିଳା ଏଜେଣ୍ଟମାନେ ୫ ଜଣଙ୍କ ନିକଟରୁ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କିତ ତଥ୍ୟ ତଥା କେବେ ପରୀକ୍ଷଣ ହେବ, କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ କି ବିଫଳ ସମ୍ପର୍କରେ ଖବର ନେଉଥିଲେ । ୩ ଜଣକ ନିକଟରୁ ଲାପଟପ ସିଜ୍ ହୋଇଛି ।
