ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍ ପକ୍ଷରୁ ନାଟକ ‘ଛାଇ’ ପରିବେଷଣ
କଟକ : ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ ପକ୍ଷରୁ ମଚଂସ୍ଥ ହୋଇଛି ନାଟକ ‘ଛାଇ’ । ନାଟକଟିକୁ ଭାବଗ୍ରାହୀ ଦାଶ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅକ୍ଷୟ କୁମାର ରଣା । ଏହି କାର୍ଯ୍ୟକ୍ରମରେ ରଘୁନାଥ ଜୀଉ ଜୁନିଅର କଲେଜର ଅଧ୍ୟକ୍ଷା ଡ଼ଃ ସ୍ନେହ ମିଶ୍ର, କଟକ ମହାନଗର ନାଗରିକ ମହାସଭାର ସଭାପତି ଡ଼ାକ୍ତର ରବି ରଞ୍ଜନ ସାହୁ ଏବଂ ସମାଜସେବୀ ପଦ୍ମ କୁମାର ଭାଉସିଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାଟକଟି ବେଶ ହୃଦୟସ୍ପର୍ଶୀ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ନପୂର୍ଣ୍ଣା ଥିଏଟର ‘ବି’ ଗ୍ରୁପର ସଂପାଦିକା ଆଲାଦିନ କର, ସଭାପତି ପ୍ରଣବ କରଙ୍କ ଦ୍ୱାରା ସଂପୁର୍ଣ୍ଣ କାର୍ଯ୍ୟକ୍ରମଟି ସଂଚାଳିତ ହୋଇଥିବା ବେଳେ, ଉକ୍ତ ନାଟକକୁ ସଂଗୀତରେ ସଜାଇଥିଲେ ବିନୟ ଦାସ, ଆଲୋକ-ହେମନ୍ତ ଦାଶ । ସେହିପରି ଶବ୍ଦ ଦୀପକ ଦାସ ଦେଇଥିବା ବେଳେ, ସହ-ନିର୍ଦ୍ଦେଶନା ଅଭୟ ସ୍ୱାଇଁ, ମଂଚ ପରିଚାଳନା ଆଲୋକ ସ୍ୱାଇଁ ଏବଂ ଉପସ୍ଥାପନା କରିଥିଲେ ଅଶୋକ ଦଳାଇ । ନାଟକରେ ଅଭିନୟ କରିଥିବା ସୋମନାଥ ରାଉତ, ମୃତ୍ୟୁଞ୍ଜୟ ବରାଳ, ଚନ୍ଦନ କୁମାର ସାହୁ, ସୁଜିତ୍ ଦାସ, ସତ୍ୟ ପୃଷ୍ଟି, ଦିଲ୍ଲୀପ ଜେନା, ରଜତ ନାୟକ, ସଚ୍ଚିନ ମହାନ୍ତି, ଜଗନ୍ନାଥ ମହାନ୍ତି, ରତିକାନ୍ତ ନାଗ, ଅଭୟ କୁମାର ସ୍ୱାଇଁ, ଆଲିୟା ନାୟକ, ଆଲୋକ ନାୟକ, ସ୍ମୃତିରଂଜନ ପାଲ, ସନ୍ତାରାମ ଆଚାର୍ଯ୍ୟ, ଦୀପିକା ମହାପାତ୍ର, ସ୍ୱର୍ଣ୍ଣଲତା ହାତୀ ପ୍ରମୁଖ କଳାକାରଙ୍କ ଅଭିନୟ ବେଶ ଉଚ୍ଚକୋଟୀର ହୋଇପାରିଥିଲା । । ଅଭିନୟ ପାଇଁ ଶ୍ରେଷ୍ଠ କଳାକାର ଭାବରେ ସୋମନାଥ ରାଉତଙ୍କୁ ସଂକ୍ରାନ୍ତି ସାଂସ୍କୃତିକ ପରିଷଦ କଟକ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଏଥିସହିତ ଏସ୍.ଜେ ଭିଜନ ଦ୍ୱାରା ସମସ୍ତ କଳାକାରଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଅଭିଯାନ ଅନୁଷ୍ଠାନ ତରଫରୁ ସମସ୍ତ କଳାକାରମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
