କାଲାମ ମେମୋରିଆଲ୍ ଚ୍ୟାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଡ. କାଲାମଙ୍କ ଜୟନ୍ତୀ ପାଳିତ
ବାଲେଶ୍ୱର : କାଲାମ ମେମୋରିଆଲ୍ ଚ୍ୟାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଗାନ୍ଧିସ୍ମୃତି ଭବନରେ ଭାରତର ଭୂତପୂର୍ବ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ୍ କାଲାମଙ୍କ ୯୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗଦେଇ ଡ. କାଲାମଙ୍କ ନିରଳସ ଜୀବନ ଯାପନ ଓ ଭାରତକୁ କ୍ଷେପଣାସ୍ତ୍ର ପ୍ରସ୍ତୁତ କ୍ଷେତ୍ରରେ କିଭଳି ଅଗ୍ରଗାମୀ କରିଥିଲେ, ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ଟ୍ରଷ୍ଟର ଚେୟାରମ୍ୟାନ୍ ପଙ୍କଜ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ବକ୍ତାଭାବେ ଯୋଗଦେଇ ତାଙ୍କ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ. କାଲାମଙ୍କ ଉଦ୍ଦେଶ୍ୟରେ କିଭଳି ଗବେଷଣା କରାଯାଉଛି । ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ବିଶ୍ୱାଳ, ଦିଲ୍ଲୀପ କୁମାର ନାୟକ, ଟ୍ରଷ୍ଟର ଅନ୍ୟତମ ସଦସ୍ୟ ସଞ୍ଜୟ କୁମାର ନାୟକ, କବି ପ୍ରଶାନ୍ତ ଦାସ, ଲେଫ୍ଟନାଂଟ କର୍ଣ୍ଣେଲ୍ ଲକ୍ଷ୍ମୀଧର ଭୂୟାଁ, ଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ପ୍ର. କୋମଲ ପ୍ରସାଦ ମହାପାତ୍ର ପ୍ରମୁଖ ଉଦ୍ବୋଧନ ଦେଇ ଡ. କଲାମଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଏକ ବିଜ୍ଞାନ ପୁସ୍ତକ ଉନ୍ମୋଚନ ହୋଇଥିବା ବେଳେ ଶିକ୍ଷା, କ୍ରୀଡ଼ା, ସର୍ବଭାରତୀୟ ପ୍ରଶାସନିକ ସେବା ଓ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା ।
