ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ । ନୀଳଗିରି ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେହି ଅସାମାଜିକ ବ୍ୟକ୍ତି ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ଗତ ବର୍ଷ ମଧ୍ୟ ଉକ୍ତ ଜଙ୍ଗଲରେ ନିଆଁ ଲାଗିଥିଲା ।
ସୂଚନା ଯେ, ରବିବାର ଅପରାହ୍ନ ପ୍ରାୟ ୧୨ଟା ସମୟରେ ବାଲେଶ୍ୱର ଜିଲା ନୀଳଗିରି ସ୍ଥିତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ସଜନାଗଡ଼ ପଞ୍ଚାୟତ ନୂଆସାହି ଗ୍ରାମ ନିକଟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ବହୁ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମୀଭୂତ ହୋଇଯାଇଛି । ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ନୀଳଗିରି ଉପଖଣ୍ଡରେ ଥିବା ସଂରକ୍ଷିତ ଜଙ୍ଗଲ ଓ କୁଲଡ଼ିହା ଅଭୟାରଣ୍ୟର ସୁରକ୍ଷା ପାଇଁ ସଂଲଗ୍ନ ଥିବା ଗ୍ରାମମାନଙ୍କରେ ବନବିଭାଗ ପକ୍ଷରୁ ବିଭିନ୍ନ ସଚେତନତା ଶିବିର ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।
