ଚୈତ୍ର ନବରାତ୍ରୀରେ କରନ୍ତୁ ନାହିଁ ଏହି ଭୁଲ୍ ! ନଚେତ ହୋଇଯିବେ କାଙ୍ଗାଳ
ଚୈତ୍ର ମାସରେ ମୁଖ୍ୟ ପର୍ବ ହେଉଛି ଚୈତ୍ର ନବରାତ୍ରୀ । ଏହାକୁ ସାରା ଦେଶରେ ଧୂମଧାମ ସହ ବେଶ ନୀତିନିୟମରେ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଚୈତ୍ର ନବରାତ୍ରୀ ୨୨ ମାର୍ଚ୍ଚ ରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚରେ ଶେଷ ହେବ । ନବରାତ୍ରିର ନଅ ଦିନରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଇଥାଏ।
ଏହି ପର୍ବ ମା’ ଦୁର୍ଗାଙ୍କୁ ସମର୍ପିତ । ଏହି ଅବସରରେ ମା ଦୁର୍ଗାଙ୍କ ୯ ସ୍ୱରୂପଙ୍କୁ ଆରାଧନା କରାଯାଇଥାଏ । ସେହିପରି ନବରାତ୍ରୀରେ ମା ଦୁର୍ଗାଙ୍କୁ ବିଧା ବିଧାନ ସହ ପୂଜା ଅର୍ଚ୍ଚନା କରାଯାଇଥାଏ । ଏବଂ ଜୀବନରେ ସୁଖ, ଶାନ୍ତି ପାଇଁ ମାଙ୍କୁ ପ୍ରାର୍ଥନା କରାଯାଇଥାଏ । ମା’ ମଧ୍ୟ ପ୍ରସନ୍ନ ହୋଇ ତାଙ୍କ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି । କିନ୍ତୁ ନବରାତ୍ରୀର ୯ ଦିନ ଯାକ ବ୍ରତ ରଖିବା ସମୟରେ କିଛି ନିୟମ ପାଳନ କରିବାକୁ ପଡିଥାଏ । ଯାହାଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣ ଏହି ନିୟମ ପାଳନ ନକରିବେ ତେବେ ମାଙ୍କର ଆରାଧନାରେ ବିଘ୍ନ ଉପୁଜିଥାଏ । ଏହାଦ୍ୱାରା ମା କ୍ରୋଧିତ ହୋଇଥାନ୍ତି । ସେଥିପାଇଁ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ କିଛି କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ତେବେ ଆସନ୍ତୁ ଜାଣିବା….
ନବରାତ୍ରୀ ସମୟରେ ଘରେ ପ୍ରସାଦର ଖୁବ ମହତ୍ତ୍ୱ ରହିଛି। ମାଆଙ୍କ ନିକଟରେ ପ୍ରସାଦ ଅର୍ପଣ କରିବା ସମୟରେ ସାତ୍ତ୍ୱିକ ଜିନିଷର ବ୍ୟବହାର କରନ୍ତୁ। ତେଣୁ ଏହି ସମୟରେ ରସୁଣ ପିଆଜର ସେବନ କରନ୍ତୁ ନାହିଁ।
ଏହି ସମୟରେ ଆମିଷ ସେବନ କରନ୍ତୁ ନାହିଁ। ଘରେ କେହି ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
ଧାର୍ମିକ ମାନ୍ୟତା ଅନୁଯାୟୀ, ବ୍ରତ ପାଳନ କରୁଥିଲେ କେଶ, ଦାଢି କାଟନ୍ତୁ ନାହିଁ। ଏହି ସମୟରେ କେଶ ଓ ଦାଢି କାଟିଲେ ଭବିଷ୍ୟତରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ।
ନବରାତ୍ରୀ ସମୟରେ ନଖ ମଧ୍ୟ କାଟନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ନବରାତ୍ରୀ ପୂର୍ବରୁ ନଖ କାଟି ପାରିବେ।
ନବରାତ୍ରୀ ସମୟରେ କୌଣସି ଚମଡା ଜାତୀୟ ଜିନିଷ ବ୍ୟବହାର କରନ୍ତୁ ନାହିଁ। ବେଲ୍ଟ,ଜୋତା, ପର୍ସ ଆଦିର ବ୍ୟବହାର କରନ୍ତୁ ନାହିଁ।
ନବରାତ୍ରୀ ସମୟରେ ଯଦି ଆପଣ ଘରେ ଅଖଣ୍ଡ ଦୀପ ଜଳାଉଛନ୍ତି ତେବେ ସେହିସମୟରେ ଘରକୁ ବିଲକୁଲ ଖାଲି ଛାଡିକି ଯିବା ଉଚିତ୍ ନୁହେଁ ।
ବ୍ରତଧାରୀ ୯ ଦିନ ପର୍ଯ୍ୟନ୍ତ ଲେମ୍ବୁ କାଟିବା ଉଚିତ୍ ନୁହେଁ ।
୯ଦିନ ଯାକ ବ୍ରତ ଧାରୀ ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ଉଚିତ ।
ନବରାତ୍ରୀ ସମୟରେ ଦିନରେ ଶୋଇବା ଉଚିତ୍ ନୁହେଁ ।
ସେହିପରି ନବରାତ୍ରୀ ବ୍ରତ ଅବସରରେ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ନୁହେଁ ଏବଂ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ୍ ।
